fbpx

ଆକ୍ସନ୍‌ ମୋଡ୍‌ରେ ନିମାପଡ଼ା ପୋଲିସ, ଅମାନିଆଙ୍କ ଠାରୁ ଆଦାୟ କଲା ଜରିମାନା

ନିପମାପଡ଼ା (ଭାସ୍କର ନ୍ୟୁଜ୍‌): ନିମାପଡ଼ା ପୁରୀ ଜିଲ୍ଲା ଅଞ୍ଚଳରେ କରୋନା ଭୟାବହତା ଦେଖା ଦେଇଥିବା ବେଳେ ଲୋକମାନେ ସାମାଜିକ ଦୂରତା ନ ମାନି ବେପାରୁଆ ଗାଡ଼ି ଚାଳନା, ବିନା ମାସ୍କରେ ଯାତାୟତ କରୁଛନ୍ତି । ଗତ ସୋମବାର ବେପାରୁଆ ଗାଡ଼ି ଚାଳନାରୁ ୭ଟି ରୁ ଉଦ୍ଧ୍ୱର୍ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛିା ନିମାପଡ଼ା ପୋଲିସ ଏହି ଘଟଣାକୁ ଦେଖି ଆକ୍ସନ୍‌ ମୋଡ଼୍‌କୁ ଆସିଯାଇଛି । ବିଭିନ୍ନ ଗହଳି ସ୍ଥାନରେ ପୋଲିସ ପକ୍ଷରୁ ଚଢ଼ାଉ କରାଯିବା ସହ ହେଲ୍‌ମେଟ୍‌, ମାସ୍କ ଚେକିଂକୁ ନିମାପଡ଼ା ଥାନା ପୋଲିସ କଡ଼ାକଡ଼ି କରିଛି ।

ସୂଚନା ଅନୁଯାୟୀ ମଙ୍ଗଳବାର ସଂଧ୍ୟା ସମୟରେ ନିମାପଡ଼ା ଥାନା ପୋଲିସ ଦୋଳବେଦୀ ଛକ, ଜୟଶ୍ରୀ ଛକ, ଗୋଲେଇ ଛକ, ହାଟଛକ, ବଡ଼ ବଜାର ସ୍ଥାନରେ ହେଲ୍‌ମେଟ୍‌ ଓ ମାସ୍କ ଚେକିଂ ଉପରେ ବିଶେଷ ଗୁରୁତ୍ୱ ଦେଇଛି । ନିମାପଡ଼ା ପୋଲିସ ଉପଖଣ୍ଡ ଅଧିକାରୀ ଦେବାଶିଷ ମିଶ୍ର, ଥାନାଧିକାରୀ ଶଙ୍କର୍ଷଣ ଦଳାଇଙ୍କ ନେତୃତ୍ୱରେ ଚଢ଼ଉ କରାଯାଇ ଅମାନିଆଙ୍କ ଠାରୁ ବ୍ୟାପକ ପରିମାଣରେ ଜରିମାନା ଆଦାୟ କରାଯାଇଛି । ଜିଲ୍ଲାରେ କରୋନା ଭୟାବହତା ଜାରି ରହିଥିବା ବେଳେ ଲୋକମାନେ ଏଥିପ୍ରତି ଦୃଷ୍ଟି ନ ଦେଇ ବିନା ମାସ୍କରେ ରହନ୍ତି । ପୋଲିସର ଚଢ଼ାଉ କାରଣରୁ ଅମାନିଆମାନେ ଆତଙ୍କିତ ହୋଇ ରହିଛନ୍ତି । ଏହି ଚଢ଼ଉ ଆଗକୁ ଜାରି ରହିବ ବୋଲି ପୋଲିସ ଉପଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ମିଶ୍ର, ନିମାପଡ଼ା ଥାନାଧିକାରୀ ଶଙ୍କର୍ଷଣ ଦଳାଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.