fbpx

ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି: SSPଙ୍କୁ ନିଲମ୍ବନ କଲେ ପଞ୍ଜାବ ସରକାର

ନୂଆଦିଲ୍ଲୀ: ପଞ୍ଜାବର ଫିରୋଜପୁରରେ ନିର୍ବାଚନୀ ରାଲିରେ ଯୋଗ ଦେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାରକେଡ ଫ୍ଲାଏଓଭରରେ ଫସିବା ପରେ ଏସଏସପିଙ୍କୁ ସସପେଣ୍ଡ କରାଯାଇଛି । ମୋଦୀଙ୍କ ଗସ୍ତ ସମୟରେ କିଛି ଚାଷୀ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ମୋଦୀଙ୍କ ଗାଡି ପ୍ରାୟ ୨୦ ମିନିଟ ଧରି ଅଟକି ରହିଥିଲା । ଏହି ଘଟଣାକୁ ନେଇ ମୋଦୀ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଗୃହ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଜବାବ ମଗା ଯାଇଥିଲା ।

ତେବେ ଏହି ଘଟଣାରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ରହିଥିବା ନେଇ ପଞ୍ଜାବ ଉପ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି । ଉପ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧାୱା ସୁରକ୍ଷା ବ୍ୟବସ୍ଥାରେ ବିଫଳତାକୁ ସ୍ୱୀକାର ମଧ୍ୟ କରିଛନ୍ତି । ମୋଦୀଙ୍କ ଗସ୍ତ ଖବର ଅଚାନକ ନଥିଲା । ମାତ୍ର ପଞ୍ଜାବ ସରକାର ଉପଯୁକ୍ତ ସୁରକ୍ଷା ପ୍ରଦାନ କରିବାରେ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି । ଏହା ସହିତ ସୁରକ୍ଷା ଦାୟିତ୍ୱରେ ରହିଥିବା ଫିରୋଜପୁର ଏସଏସପିଙ୍କୁ ନିଲମ୍ବନ କରାଯାଇଛି । ଏସଏସପି ହରମାନ ହଂସଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.