fbpx

ବୁଷ୍ଟର ଡୋଜ୍ ଦ୍ୱନ୍ଦ: ସ୍ପଷ୍ଟୀକରଣ ଦେଲେ ଭି.କେ ପଲ୍

ନୂଆଦିଲ୍ଲୀ: ବୁଷ୍ଟର ଡୋଜ୍ କୁ ନେଇ ଉଠିଥିବା ସନ୍ଦେହ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଭିକେ ପଲ୍ । କିଏ କେଉଁ ବ୍ରାଣ୍ଡର ବୁଷ୍ଟର ଡୋଜ ନେବ ତାହକୁ ନେଇ ଉଠିଥିବା ଦ୍ୱନ୍ଦ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଡାକ୍ତର ଭି କେ ପଲ୍ । ସେ କହିଛନ୍ତି ଯିଏ ଯେଉଁ ବ୍ରାଣ୍ଡର ଟିକା ନେଇଥିବେ ସେ ସେହି ବ୍ରାଣ୍ଡର ବୁଷ୍ଟର ଡୋଜ୍ ନେବେ । ଯଦି ଜଣେ ଉଭୟ ଡୋଜ୍ କୋଭାକ୍ସିନ ନେଇଛନ୍ତି ତେବେ ତାଙ୍କୁ ବୁଷ୍ଟର ମଧ୍ୟ କୋଭାକ୍ସିନ ହିଁ ଦିଆଯିବ । ସେହିଭଳି ଯିଏ କୋଭିସିଲ୍ଡ ନେଇଥିବେ, ବୁଷ୍ଟର ଡୋଜ୍ ବି କୋଭିସିଲ୍ଡ ନେବେ ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଦେଶରେ ସମ୍ମଖ ଯୋଦ୍ଧା ତଥା ଏକାଧିକ ରୋଗରେ ପିଡ଼ୀତ ବୟସ୍କ ବ୍ୟକ୍ତିଙ୍କୁ ପାଇଁ ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ଜାନୁଆରୀ ୧୦ରୁ ଦିଆଯିବ ବୁଷ୍ଟର ଡୋଜ୍ । ତେବେ ଏହାରି ମଧ୍ୟରେ ଟିକା ବ୍ରାଣ୍ଡକୁ ନେଇ ଉଠିଥିଲା ଦ୍ୱନ୍ଦ । ଯାହାକୁ ନେଇ ବୁଧବାର ସ୍ପଷ୍ଟୀକରଣ ରଖିଛନ୍ତି ଡାକ୍ତର ଭି କେ ପଲ୍ ।

Get real time updates directly on you device, subscribe now.