fbpx

ଡ୍ରାଗନ୍ ଫ୍ରୁଟରୁ ଚିହ୍ନଟ ହେଲା କରୋନା ଭାଇରସ୍, ବନ୍ଦ ହେଲା ଏକାଧିକ ସୁପରମାର୍କେଟ୍

ନୂଆଦିଲ୍ଲୀ: କରୋନାର ନୁତନ ଭାରିଆଣ୍ଟ୍ ଏବେ ଚିନ୍ତାଜନକ ଭାବରେ ସଂକ୍ରମଣ ବଢ଼ାଇବାରେ ଲାଗିଛି । ପ୍ରାୟ ବିଶ୍ୱର ସବୁ ଦେଶରେ ଓମିକ୍ରନ ବ୍ୟାପିସାରିଛି । କିନ୍ତୁ ଏବେ ପର୍ଯ୍ୟନ୍ତ ଯେତେ ବି ଭାରିଆଣ୍ଟ୍ ସାମନାକୁ ଆସିଛି ସେଥିରେ କୌଣସି ଖାଦ୍ୟ ଜିନିଷରୁ ଭାଇରସ୍ ଚିହ୍ନଟ ହୋଇନଥିଲା । ହେଲେ ଏବେ ଚୀନରୁ ଆସିଥିବା ଏକ ଖବର ମୁତାବକ, ଡ୍ରାଗନ୍ ଫ୍ରୁଟ୍ ରୁ କରୋନା ଭାଇରସ୍ ଚିହ୍ନଟ ହୋଇଛି । ଏହି ଡ୍ରାଗନ୍ ଫ୍ରୁଟ୍ ଭିଏତନାମରୁ ଆସିଛି । ଏହି ଖବର ପ୍ରସାର ହେବା ପରେ ଅନେକ ସୁପରମାର୍କେଟ୍ ବନ୍ଦ କରିଦିଆଯାଇଛି ।

ରିପୋର୍ଟ ମୁତାବକ, ଚୀନର ଝେଜିୟଙ୍ଗ ଓ ଜିୟାଂଗ୍ସୀ ଅଞ୍ଚଳର ୯ଟି ସହରର ଫଳକୁ ଯାଞ୍ଚ କରାଯାଇଥିଲା । ଏଥିରେ କରୋନା ଭାଇରସ୍ ଚିହ୍ନଟ ହୋଇଛି । ଏହାପରେ ଫଳ ବ୍ୟବସାୟୀଙ୍କୁ କ୍ୱାରେଣ୍ଟାଇନ୍ ରେ ରହିବାର ଆଦେଶ ଦିଆଯାଇଛି । ଏହା ବ୍ୟତୀତ ବାହାରୁ ଆସୁଥିବା ଖାଦ୍ୟ ଜିନିଷ ଆଦିର ଯାଞ୍ଚ କରାଯାଉଛି ।

ଖାଲି ସେତିକି ନୁହେଁ ଡ୍ରାଗନ୍ ଫ୍ରୁଟ୍ ରୁ କରୋନା ଭାଇରସ୍ ଚିହ୍ନଟ ହେବାପରେ ଏହାର ଆମଦାନୀକୁ ଉପରେ ରୋକ୍ ଲଗାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଚୀନ ରେ ପୁଣିଥରେ କୋଭିଡ୍ ମାମଲା ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ କିଛି ସହରରେ ଲକଡାଉନ୍ ଲାଗୁ କରାଯାଇଛି ।

Get real time updates directly on you device, subscribe now.