fbpx

ଆଜିଠାରୁ ପୁଣି ଖୋଲିବ ମାର୍କେଟ ବିଲ୍ଡିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ପୁଣି ଖୋଲିବାକୁ ଯାଉଛି ଭୁବନେଶ୍ୱର ମାର୍କେଟ ବିଲ୍ଡିଂ । ୩ ଦିନ ବନ୍ଦ ପରେ ଆଜିଠାରୁ ପୁଣି ଖୋଲିବ ମାର୍କେଟ ବିଲ୍ଡିଂ । ବିଏମସି ଅତିରିକ୍ତ କମିଶନରଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ଉଠା ଦୋକାନୀ ଉଚ୍ଛେଦନ ନେଇ ମିଳିଛି ଲିଖିତ ପ୍ରତିଶ୍ରୁତି । ଲିଖିତ ପ୍ରତିଶ୍ରୁତି ନେଇ ଆଜି ବିଏମସି ଅଫିସର ଘେରିଥିଲେ ବ୍ୟବସାୟୀ ସଂଘ ।

ତେବେ ଜଣେ ଉଠାଦୋକାନୀ ମାର୍କେଟ୍‌ ବିଲ୍ଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଦେବାରୁ ମାର୍କେଟ ବିଲ୍ଡିଂ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହୋଇଥିଲା ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ । ଯେପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ମାର୍କେଟ ବିଲ୍ଡିଂରୁ ହଟା ନଯିବ ସେପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ ରହିବାକୁ ଚେତାବନୀ ଦେଇଥିଲା ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ । ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଜନୈକ ଉଠାଦୋକାନୀ ଜଣେ ବ୍ୟବସାୟୀଙ୍କ ଗାଡ଼ି ଭାଙ୍ଗିବା ଅଭିଯୋଗ ହେବା ପରେ ଉତେଜନା ଦେଖାଦେଇଥିଲା ।

Get real time updates directly on you device, subscribe now.