fbpx

ଇଏ ହେଉଛନ୍ତି ସଲମାନଙ୍କ ନୂଆ ଗାର୍ଲଫ୍ରେଣ୍ଡ, ଗୁଜବ ପରେ ପ୍ରତିକ୍ରିୟା ରଖିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ବଲିଡଉର ମୋଷ୍ଟ ବ୍ୟାଚେଲର ତଥା ଦବଙ୍ଗଷ୍ଟାର ଭାଇଜାନ୍ ସଲମାନ୍ ଖାନଙ୍କ ମ୍ୟାରେଜକୁ ନେଇ ଅଧିକାଂଶ ସମୟରେ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଥାଏ । ତେବେ ନିକଟରେ ଏନେଇ ଏକ ନୂଆ ଗୁଜବ ଚାରିଆଡ଼େ ବ୍ୟାପିବାରେ ଲାଗିଛି । ଜଣେ ଅଭିନେତ୍ରୀଙ୍କୁ ସଲ୍ଲୁ ଭାଇ ଡେଟ୍ କରୁଥିବା ଖବର ହସ୍ତଗତ ହୋଇଛି । ତେବେ ସର୍ବଦା ନିଜକୁ ସିଙ୍ଗଲ ବୋଲି କହିଆସୁଥିବା ଭାଇଜାନ୍ ଏହି ଘଟଣା ପରେ ଫ୍ୟାନ୍ସଙ୍କୁ କ’ଣ ଜବାବ ଦେବେ? ଏନେଇ ନିରବତା ଭାଙ୍ଗି ଉକ୍ତ ଅଭିନେତ୍ରୀ ଜଣଙ୍କ ଟ୍ରୁ ରିଲେସନସିପ୍ ବିଷୟରେ ମୁହଁ ଖୋଲିଛନ୍ତି ।

ଖବର ମୁତାବକ, ହଲିଉଡ୍ ଅଭିନେତ୍ରୀ ସାମନ୍ଥା ଲକଉଡ ହେଉଛନ୍ତି ସଲମାନଙ୍କ ନୂଆ ଗାର୍ଲଫ୍ରେଣ୍ଡ । ଏନେଇ ସାମନ୍ଥା କହିଛନ୍ତି ଯେ, ‘ମୋତେ ଲାଗୁଛି ଲୋକମାନେ ମୋ ବିଷୟରେ ବହୁତ କିଛି ଆଲୋଚନା କରୁଛନ୍ତି । କୌଣଣି ତଥ୍ୟ ନଥାଇ ମଧ୍ୟ ଲୋକେ ବହୁତ କିଛି କହିଯାଆନ୍ତି । ମୁଁ ସଲମାନଙ୍କ ସହ ସାକ୍ଷାତ କରିଥିଲି, ସେ ଜଣେ ଭଲ ମଣିଷ । ଏଥିରୁ ଯିଏ ଯାହା ବୁଝିବା କଥା ସହଜରେ ବୁଝିପାରୁଥିବେ । ସଲମାନଙ୍କ ଛଡ଼ା ମୁଁ ହ୍ରିତିକ ରୋଶନଙ୍କୁ ମଧ୍ୟ ଭେଟିଥିଲି । ହ୍ରିତିକ ଓ ମୋ ବିଷୟରେ ତ କେହି କିଛି ଆଲୋଚନା କରୁନାହାନ୍ତି । ତେବେ ସଲମାନଙ୍କୁ ମୋ ସହ ଯୋଡ଼ି କାହିଁକି ଏପରି କୁହାଯାଉଛି । ଏହି ଗୁଜବ କେଉଁଠୁ ଆସୁଛି ସେ ବିଷୟରେ ମୁଁ ଜାଣିନାହିଁ ।’ ଏଥିସହ ସାମନ୍ଥା ସାକ୍ଷାତକାରରେ ସଲମାନଙ୍କୁ ତାଙ୍କର ପ୍ରିୟ ଆକ୍ଟର ବୋଲି ଅଭିହିତ କରିଥିଲେ ।

ସୂଚନାଯୋଗ୍ୟ ଯେ, କିଛିଦିନ ପୂର୍ବରୁ ସାମନ୍ଥା ମୁମ୍ବାଇ ଆସିଥିଲେ । ଏହି ଅବସରରେ ପନୱେଲ ଫାର୍ମ ହାଉସରେ ସଲମାନଙ୍କ ବାର୍ଟ ଡେ ପାର୍ଟିରେ ସାମିଲ୍ ହୋଇଥିଲେ । ଏଥିସହ ହ୍ରିତିକଙ୍କ ସହ ସାକ୍ଷାତ କରିବା ଅବସରରେ ସେ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫଟୋ ଶେୟାର କରିଥିଲେ ।

Get real time updates directly on you device, subscribe now.