fbpx

ସୁପ୍ରିମକୋର୍ଟର ଓକିଲଙ୍କୁ ଖାଲିସ୍ତାନୀ ସମର୍ଥକଙ୍କ ହତ୍ୟା ଧମକ, ଇଂଲଣ୍ଡର ନମ୍ବରରୁ ଆସିଥିଲା ଫୋନ୍ କଲ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଆଇନଜୀବୀଙ୍କ ପାଖକୁ ଖାଲିସ୍ତାନୀ ସମର୍ଥକଙ୍କ ପକ୍ଷରୁ ଜୀବନରୁ ମାରିଦେବା ନେଇ ଏକ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିବା ଜଣାପଡ଼ିଛି । ଜଣେ କି ଦୁଇ ଜଣ ନୁହେଁ ବରଂ ୧୦ରୁ ୧୨ ଜଣଙ୍କ ପାଖକୁ ଏହିପରି ଭାବେ ଧମକପୂର୍ଣ୍ଣ କଲ୍ ଆସିଥିବା ଦାବି କରାଯାଇଛି । ଆଇନଜୀବୀଙ୍କ କହିବା କଥା ଯେ, ଏହି ଫୋନ୍ କଲ୍ ସବୁ ସିକ୍ ଫର୍ ଜଷ୍ଟିସ୍ ପକ୍ଷରୁ ଇଂଲଣ୍ଡର ନମ୍ବରରୁ ଆସିଛି । ଏହାସବୁ ଅଟୋମେଟେଡ୍ ଫୋନ୍ ହୋଇଥିବା ଜଣାପଡ଼ିଛି । କଲ୍ ଜରିଆରେ କୁହାଯାଇଛି ଯେ, ଚାଷୀ ଓ ପଞ୍ଜାବର ଶିଖ୍ ମାନଙ୍କ ବିରୋଧରେ ମକଦ୍ଦମା ଦାୟର୍ କରିବାରେ ସୁପ୍ରିିମକୋର୍ଟରେ ମୋଦୀଙ୍କ ସହାୟତା କରନ୍ତୁ ନାହିଁ ।

 

Get real time updates directly on you device, subscribe now.