fbpx

କରୋନା ଯୋଗୁଁ ହରିୟାଣା ସରକାରଙ୍କ ବଡ଼ ନିଷ୍ପତ୍ତି: ଜାନୁଆରୀ ୨୬ ଯାଏଁ ସ୍କୁଲ-କଲେଜ ବନ୍ଦ

ଚଣ୍ଡିଗଡ଼: କରୋନାର ବଢ଼ୁଥିବା ମାମଲାକୁ ଦେଖି ହରିୟାଣା ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଛୁଟିକୁ ଜାନୁଆରୀ ୧୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଏବେ ଜାନୁଆରୀ ୨୬ ପର୍ଯ୍ୟନ୍ତ ବନ୍ଦ ରହିବ । ସ୍କୁଲରେ ପୂର୍ବପରି ଅନଲାଇନ୍ କ୍ଲାସ ଚାଲିବ । ଅନ୍ୟପଟେ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ମଧ୍ୟ ଜାନୁଆରୀ ୨୬ ଯାଏଁ ବନ୍ଦ ରହିବ । ଏନେଇ ରାଜ୍ୟର ଶିକ୍ଷା ମନ୍ତ୍ରୀ କନୱରପାଲ ଗୁର୍ଜର ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି ।

ତେବେ ଅନ୍ୟ ରାଜ୍ୟଗୁଡ଼ିକ ପରି ହରିୟାଣାରେ ବି କରୋନା ମାମଲା ଲଗାତାର ଭାବେ ବଢ଼ିବାରେ ଲାଗିଛି । ଏଥିଯୋଗୁଁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଏହା ବିରୋଧରେ ଅଣ୍ଟା ଭିଡ଼ିଥିବା ବେଳେ କରୋନା ମାମଲା ବଢ଼ିବାରେ ଲାଗିଛି ।

Get real time updates directly on you device, subscribe now.