fbpx

ସରିଲା ସର୍ବଦଳୀୟ ବୈଠକ: ପଞ୍ଚାୟତ ନିର୍ବାଚନ ପାଇଁ ଆସିବ ଗାଇଡଲାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନକୁ ନେଇ ବସିଥିବା ସର୍ବଳଦୀୟ ବୈଠକ ଶେଷ ହୋଇଛି । ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ । ପଞ୍ଚାୟତ ନିର୍ବାଚନ ପାଇଁ ଗାଇଡ଼ଲାଇନ୍ ଆସିବ ବୋଲି ସେ କହିଛନ୍ତି । ଇସିଆଇର ଗାଇଡ଼ଲାଇନକୁ ଆଧାର କରି ଗାଇଡ଼ଲାଇନ୍ ଆସିବ । ଆଜି ପଞ୍ଚାୟତ ନିର୍ବାଚନକୁ ନେଇ ଗାଇଡଲାଇନ୍ ଆସିବ ।

ତେବେ ବୈଠକରେ ସମସ୍ତ ରାଜନୈତିକ ଦଳ ସେମାନଙ୍କ ମତାମତ ରଖିଛନ୍ତି । କୋଭିଡ ଭିତରେ କିଭଳି ନିର୍ବାଚନ କରାଯିବ, ସେନେଇ ଆଲୋଚନା ହୋଇଛି । କୋଭିଡ ସମୟରେ ନିର୍ବାଚନ ନେଇ ଦଳମାନେ ନିଜ ନିଜ ମତ ଦେଇଛନ୍ତି । ନିର୍ବାଚନ ନେଇ କେନ୍ଦ୍ର ନିର୍ବାଚନ କମିଶନ ଗାଇଡଲାଇନ୍ କରିଛନ୍ତି ବୋଲି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ କହିଛନ୍ତି ।

ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ୩ ମାସ ସ୍ଥଗିତ ଦାବି କରିଛନ୍ତି ବିଜେପି ଓ କଂଗ୍ରେସ କର୍ମୀ । କୋଭିଡ ସଂକ୍ରମଣ ବଢ଼ୁଥିବାରୁ ନିର୍ବାଚନକୁ ଘୁଞ୍ଚାଯାଉ ବୋଲି ବିରୋଧୀ କହିଛନ୍ତି । କେବଳ ବିଜେଡିକୁ ଛାଡି ନିର୍ବାଚନ ସ୍ଥଗିତ ପାଇଁ ସବୁ ଦଳ ଦାବି କରିଛନ୍ତି । ପଛୁଆ ବର୍ଗ ଓ ଏସଟିଙ୍କ ପାଇଁ ସଂରକ୍ଷଣରେ ସଂଣୋଧନ ପାଇଁ ଦାବି ହୋଇଛି । ନିର୍ଭୁଲ ଭୋଟର ତାଲିକା ଦାବି କରିଛନ୍ତି ବିରୋଧୀ ।

Get real time updates directly on you device, subscribe now.