fbpx

ଲତା ମଙ୍ଗେସକର୍ କରୋନା ପଜିଟିଭ୍, ହସ୍ପିଟାଲ ଆଇସିୟୁରେ ଭର୍ତ୍ତି

ମୁମ୍ବାଇ: କରୋନା ମହାମାରୀ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ସେଲିବ୍ରିଟି ମାନେ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହି କ୍ରମରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ହେବା ପରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହସ୍ପିଟାଲରେ ଆଇସିୟୁରେ ତାଙ୍କୁ ରଖାଯାଇ ଚିକିତ୍ସା କରାଯାଉଛି । କରୋନାର ସ୍ୱଳ୍ପ ଲକ୍ଷଣ ତାଙ୍କ ଠାରେ ଦେଖିବାକୁ ମିଳିଥିଲା । ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା କଥା ଯେ, ଲତା ମଙ୍ଗେସକରଙ୍କର ବୟସ ସମ୍ବନ୍ଧୀୟ ସମସ୍ୟା ରହିଛି । ଯାହାର ଚିକିତ୍ସା କରାଯାଉଛି । ଏନେଇ ତାଙ୍କ ଭାଣଜୀ ରଚନା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.