fbpx

ଆଧାର କାର୍ଡ ହଜିଗଲେ ଏମିତି କରନ୍ତୁ ଲକ୍; ଜାଣନ୍ତୁ ସଂପୂର୍ଣ୍ଣ ପ୍ରୋସେସ୍

ନୂଆଦିଲ୍ଲୀ: ଆଧାର କାର୍ଡ ଆଜିର ଦିନରେ ଏକ ଜରୁରୀ ଦସ୍ତାବିଜ୍ ହୋଇପଡ଼ିଛି । ଅନଲାଇନ୍ ବ୍ୟାକିଂ ଠାରୁ ଆରମ୍ଭ କରି ରାସନ କାର୍ଡ ପର୍ଯ୍ୟନ୍ତ ସବୁଠାରେ ଆଧାର କାର୍ଡର ବ୍ୟବହାର ହୋଇଥାଏ । କୌରସି ବି ସରକାରୀ ଯୋଜନାର ଲାଭ ନେବାକୁ ହେଲେ ଆଧାର କାର୍ଡ ନିହାତି ଆବଶ୍ୟକ । ଏତେସବୁ ସତ୍ତେ୍ୱ ଯୋଗୁଁ ଆଧାର କାର୍ଡର ଦୂରପଯୋଗ କଥା ମଧ୍ୟ ସାମ୍ନାକୁ ଆସୁଛି । ତେଣୁ ଅନେକ ସମୟରେ ସରକାର ଏହାର ସୁରକ୍ଷା ଉପାୟ କରିଥାନ୍ତି । କେହି ବ୍ୟକ୍ତି ଆପଣଙ୍କ ଆଧାର କାର୍ଡର ବ୍ୟବହାର କରିପାରିବେ ନାହିଁ ସେଥିପାଇଁ ଏହାକୁ ଲକ୍ ମଧ୍ୟ କରାଯାଇପାରିବ । ଆପଣ ଘରେ ବସି ଆପଣଙ୍କ ଆଧାର କାର୍ଡକୁ ଲକ୍ କିମ୍ବା ଅନଲକ୍ କରିପାରିବେ ।

ଆଧାର କାର୍ଡ ଜାରି କରୁଥିବା ସଂସ୍ଥା ୟୁଆଇଡିଏଆଇ ଆପଣଙ୍କୁ ଆଧାର କାର୍ଡ ଲକ୍ କରିବାର ସୁବିଧା ପ୍ରଦାନ କରୁଛି । ଏହି ସୁବିଧା ଯୋଗୁଁ ଯଦି ଆପଣଙ୍କ ଆଧାର କାର୍ଡ କେଉଁଠାରେ ହଜି ଯାଉଛି ତେବେ କେହି ଆପଣଙ୍କୁ ଆଧାର କାର୍ଡର ବ୍ୟବହାର କରିପାରିବେ ନାହିଁ । ଫଳରେ ଆପଣଙ୍କ ଆଧାର କାର୍ଡ ଦ୍ୱାରା ଜଡ଼ିତ ତଥ୍ୟ ସୁରକ୍ଷିତ ରହିବ ।

ଆଧାର କାର୍ଡ ଲକ୍ କରିବା ପାଇଁ ପ୍ରଥମେ ଆପଣଙ୍କୁ ନିଜ ଆଧାର ସହ ଲିଙ୍କ୍ ହୋଇଥିବା ନମ୍ବରରୁ ୧୯୪୭କୁ ‘GETOTP’ ଲେଖି ପଠାଇବାକୁ ହେବ । ମେସେଜ ପଠାଇବା ପରେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । ଆପଣଙ୍କୁ ‘LOCKUID aadhar number’ ଏବଂ ଓଟିପିକୁ ପୁଣିଥରେ ୧୯୪୭ କୁ ପଠାଇବାକୁ ପଡ଼ିବ । ଏହି ଭଳି ଆପଣ ଆପଣଙ୍କ ଆଧାର କାର୍ଡକୁ ଲକ୍ କରିପାରିବେ ।

ଆଧାର କାର୍ଡ ଅନଲକ୍ କରିବା ପାଇଁ ପ୍ରଥମେ ଆପଣଙ୍କୁ ନିଜ ଆଧାର ସହ ଲିଙ୍କ ହୋଇଥିବା ନମ୍ବରରୁ ୧୯୪୭କୁ ‘GETOTP’ ଲେଖି ପଠାଇବାକୁ ହେବ । ମେସେଜ ପଠାଇବା ପରେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । ଆପଣଙ୍କୁ ‘UNLOCKUID aadhar number ‘ଏବଂ ଓଟିପି ଲେଖି ପୁଣିଥରେ ୧୯୪୭ କୁ ପଠାଇବାକୁ ପଡ଼ିବ । ଏହି ଭଳି ଆପଣ ଆପଣଙ୍କ ଆଧାର କାର୍ଡକୁ ଅନଲକ୍ କରିପାରିବେ ।

ଅନଲାଇନ ଦ୍ୱାରା ମଧ୍ୟ କରିପାରିବେ ଲକ ଅନଲକ୍;

ଏଥିପାଇଁ ପ୍ରଥମେ uidai.gov.in  ୱେବସାଇଟକୁ ଯାଆନ୍ତୁ । ହୋମ ପେଜ୍ ଖୋଲିବା ପରେ ତଳକୁ ସ୍କ୍ରଲ କରନ୍ତୁ । ହୋମପେଜରେ ତୃତୀୟ ଅପ୍ସନରେ ଆପଣଙ୍କୁ Aadhaar Services ଅପ୍ସନ ମିଳିବ । ଏହି ଅପ୍ସନ ମଧ୍ୟରେ ଆପଣଙ୍କୁ Lock/Unlock Biometrics ଅପ୍ସନ ଦେଖିାଯିବ ଏହାକୁ କ୍ଲିକ୍ କରନ୍ତୁ । ଏହାପରେ ‘I Undrestand’ ଅପ୍ସନରେ ଟିକ୍ କରନ୍ତୁ ଏବଂ Lock/Unlock Biometrics ଉପରେ କ୍ଲିକ୍ କରନ୍ତୁ । ଏହାପରେ ନୂଆ ଅପ୍ସନ ଖୋଲିବ ଏଥିରେ ଆପଣ ଆପଣଙ୍କ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଏବଂ କ୍ୟାପ୍ଚା ଏଣ୍ଟର କରନ୍ତୁ ଏବଂ ସେଣ୍ଡ ଓଟିପି କୁ କ୍ଲିକ୍ କରନ୍ତୁ ଯାହାପରେ ଆପଣଙ୍କୁ ଏକ ଓଟିପି ଆସିବ ଏହି ଓଟିପିକୁ କରିବାଦ୍ୱାରା ଆପଣଙ୍କ ଆଧାର କାର୍ଡ ଲକ୍ ହୋଇଯିବ ।

Get real time updates directly on you device, subscribe now.