fbpx

ୱାନଡେ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା; ଏହି ଖେଳାଳୀଙ୍କୁ ହେଲା କରୋନା

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ୧୯ ଜାନୁଆରୀରୁ ଆରମ୍ଭ ହେବାକୁ ଥିବା ୱାନଡେ ସିରିଜ ପୂର୍ବରୁ ଟିମ୍ ଇଣ୍ଡିକୁ ବଡ଼ ଝଟକା ଲାଗିଛି । ଟିମ୍ ଇଣ୍ଡିଆର ଯୁବ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର କରୋନାରେ ସଂକ୍ରମିତ ହୋଇଛନ୍ତି । ୱାନଡେ ସିରିଜ୍ ପାଇଁ ତାଙ୍କର ସିଲେକ୍ସନ ହୋଇଥିଲା ।

ତେବେ ଭାରତୀୟ ୱାନଡେ ଟିମ୍ ମଙ୍ଗଳବାର ରାତିରେ ମୁମ୍ବାଇରୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିବ । ସୁନ୍ଦରଙ୍କ ସ୍ଥାନ କିଏ ନେବ, ଏହାର ଘୋଷଣା ଗତକାଲି ବିସିସିଆଇ କରିପାରେ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୱାନଡେ ସିରିଜର ପ୍ରଥମ ମ୍ୟାଚ୍ ୧୯ ଜାନୁଆରୀ , ଦ୍ୱିତୀୟ ୨୧ ଓ ତୃତୀୟ ମ୍ୟାଚ୍ ୨୩ ଜାନୁଆରୀରୁ ଖେଳାଯିବ । ୱାଶିଂଟନ୍ ସୁନ୍ଦର ଆହତ ହେବା କାରଣରୁ ଗତ ୧୦ ମାସ ଧରି ଅନ୍ତର୍ଜାତୀୟ କ୍ରିକେଟଠାରୁ ଦୂରେଇ ରହିଛନ୍ତି । ସେ ନିଜର ଶେଷ ମ୍ୟାଚ୍ ୨୧ ମାର୍ଚ୍ଚରେ ଖେଳିଥିଲେ ।

Washington Sundar (Twitter)

ନିକଟରେ ସୁନ୍ଦର ସୁସ୍ଥ ହୋଇଥିଲେ ଓ ବିଜୟ ହଜାରେ ଟ୍ରଫିରେ ତାମିଲନାଡୁ ଦଳରେ ସାମିଲ ହୋଇଥିଲେ । ସେ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିଥିଲେ, ଫଳରେ ତାଙ୍କୁ ୱାନଡେ ଟିମରେ ଚୟନ କରାଯାଇଥିଲା ।

Get real time updates directly on you device, subscribe now.