fbpx

ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ: ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ବରିଷ୍ଠ କଳାକାର ମହିରି ଦାସଙ୍କ ବିୟୋଗ । ତାଙ୍କ ବିୟୋଗରେ ଓଲିଉଡ ଇଣ୍ଡଷ୍ଟ୍ରୀରେ ଖେଳିଯାଇଛି ଶୋକର ଛାୟା । ୫୫ ବର୍ଷ ବୟସରେ କଟକରେ ଏକ ଘରୋଇ ହସ୍ପିଟାଲରେ ହୋଇଛି ତାଙ୍କର ଦେହାନ୍ତ ।

ସେପଟେ ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ସହ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିହିର ଦାସଙ୍କ ଅମର ଆତ୍ମାର ସଦଗତି ସହ ସମବେଦନା ଜଣାଇଛନ୍ତି । ମିହିରଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ ଥିବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ମିହିର ଦାସ ଓଡ଼ିଆ କଳା ଜଗତରେ ଛାଡ଼ି ଯାଇଛନ୍ତି ଅଭିନୟର ଛାପ । ତାଙ୍କର ଅଭିନୟର ଛାପ ତାଙ୍କୁ ସର୍ବଦା ଅମର କରିରଖିବ । ମିହିରଙ୍କ ବିୟୋଗରେ ଓଡ଼ିଆ କଳାଜଗତ ପାଇଁ ଅପୂରଣୀୟ କ୍ଷତି ।

ସେହିପରି ମିହିର ଦାସଙ୍କ ବିୟୋଗର ରାଜ୍ୟପାଳ ଗଣେଶୀ ଲାଲ ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଇଛନ୍ତି । ସ୍ୱର୍ଗତ ଦାସ ଜଣେ ଶୀର୍ଷ ସ୍ତରର କଳାକାର ବୋଲି କହିଛନ୍ତି ରାଜ୍ୟପାଳ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମିହିରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଓଡ଼ିଆ ସିନେଜଗତର ସୂବର୍ଣ୍ଣଯୁଗର ଶେଷ ହେଲା ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ମିହିର ଦାସଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରଛନ୍ତି । ତେବେ ମିହିର ଦାସଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଶୋକପ୍ରକାଶ କରିଛନ୍ତି ଓଲିଉଡର ଅନେକ କଳାକାର ।

Get real time updates directly on you device, subscribe now.