fbpx

ଆଇପିଏଲରୁ ଚୀନ କମ୍ପାନୀ ଭିଭୋର ଛୁଟି, ଟାଇଟଲ୍ ସ୍ପନସର ହେଲା ଟାଟା

ନୂଆଦିଲ୍ଲୀ : ଟାଟା ଆଇପିଏଲ, ଜୀ  ହଁ। ଏବେ ଏହାକୁ ପଢିବା, ଲେଖିବା ଏବଂ ଶୁଣିବାର ଅଭ୍ୟାସ୍ କରି ଦିଅନ୍ତୁ । କାରଣ ଦେଶର ସବୁଠୁ ବଡ କର୍ପୋରେଟ୍ କମ୍ପାନୀ କ୍ରିକେଟ୍ ଜଗତରେ ପାଦ ଥାପିଛି। ଇଣ୍ଡିଆନ ପ୍ରିମିୟର ଲିଗ୍ର ଆଗାମୀ ସିଜିନ୍ର ଟାଇଟଲ୍ ସ୍ପନସର ହେବ ଟାଟା। ଚୀନ କମ୍ପାନୀ ଭିଭୋର ସ୍ଥାନ ନେବ ଟାଟା।

ଆଇପିଏଲର ଚେୟାରମ୍ୟାନ ବ୍ରିଜେଶ ପଟେଲ୍ ନିଜେ ଏହାର ସୂଚନା ଦେଇଛନ୍ତି। ଭାରତର ସବୁଠୁ ବଡ ବ୍ୟବସାୟ ସମୂହ ଟାଟା ଚଳିତ ବର୍ଷ ଆଇପିଏଲର ସ୍ପସନର ପ୍ରାୟୋଜକ ପାଲଟିବ। ଆଇପିଏଲର ସଞ୍ଚାଳନ ପରିଷଦ ମଙ୍ଗଳବାର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଭିଭୋ ୨୦୧୮ରୁ ୨୦୨୨ ପର୍ୟ୍ୟନ୍ତ ଆଇପିଏଲର ପ୍ରାୟୋଜକ ଅଧିକାର ୨୨୦୦ କୋଟି ଟଙ୍କାରେ କିଣିଥିଲା। ମାତ୍ର ଗଲଓ୍ଵାନ ଉପତ୍ୟକାରେ ଭାରତ ଓ ଚୀନ ମଧ୍ୟରେ ସୈନ୍ୟ ସଂଘର୍ଷ ପରେ ଭିଭୋ ଗୋଟିଏ ବର୍ଷ ଆଇପିଏଲରୁ ଦୂରେଇ ରହିଥିଲା। ଏହାର ଜାଗାର ଡ୍ରିମ ୧୧ ୨୨୨ କୋଟି ଟଙ୍କାରେ ପ୍ରାୟୋଜକ ଦାୟିତ୍ଵ ନେଇଥିଲା। ପରେ ୨୦୨୧ରେ ପୁଣି ପ୍ରାୟୋଜକ ସାଜିଥିଲା ଭିଭୋ। ତେବେ ଏହାର ସ୍ପନସର ସମୟ ସୀମା ୨୦୨୨ରେ ଶେଷ ହେଉଛି।

ଭିଭୋ ବ୍ରାଣ୍ଡ ଏବେ ଟାଟାକୁ ଆଇପିଏଲର ସ୍ପନସର ଅଧିକାର ସ୍ଥାନାନ୍ତର କରିଛି। ଏବେ ଆଇପିଏଲକୁ ଟାଟା ଆଇପିଏଲ କୁହାଯିବ। ଡ୍ରିମ ୧୧  ୨୦୨୦ ସଂସ୍କରଣ ପାଇଁ ଆଇପିଏଲ ଟାଇଟଲ୍ ପ୍ରାୟୋଜକ ରହିଥିଲା। କମ୍ପାନୀ ୨୨୨ କୋଟି ଟଙ୍କାରେ ସ୍ପନସରସିପର ଅଧିକାର ହାତେଇଥିଲା। ଏହି ସଂସ୍କରଣ କରୋନା କାରଣରୁ ୟୁଏଇରେ ଆୟୋଜିତ ହୋଇଥିଲା।

ଆଇପିଏଲ ୨୦୨୨ ପାଇଁ ଫେବୃଆରୀ ୭ ଏବଂ ୮ରେ ଖେଳାଳିଙ୍କ ମେଗା ନିଲାମ ହେବାକୁ ଯାଉଛି। ଏହି ସଂସ୍କରଣରେ ୮ ପରିବର୍ତ୍ତେ ୧୦ ଦଳ ମଇଦାନକୁ ଓହ୍ଲାଇବେ। ଦୁଇ ନୂତନ ଦଳ ହେଉଛନ୍ତି ଲକ୍ଷ୍ନୌ ଏବଂ ଅହମ୍ମଦାବାଦ।

Get real time updates directly on you device, subscribe now.