fbpx

କରାଦାତାଙ୍କୁ ଆଶ୍ୱସ୍ତି! ବୃଦ୍ଧି ହେଲା ଆୟକର ରିଟର୍ଣ୍ଣ ତାରିଖ: ଏବେ ଏହି ତାରିଖ ପର୍ଯ୍ୟନ୍ତ ଭରିପାରିବେ ITR

ନୂଆଦିଲ୍ଲୀ: ୨୦୨୦-୨୦୧ ଆର୍ଥିକ ବର୍ଷ ପାଇଁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ (ITR) ଦାଖଲ କରିବାର ସମୟ ସୀମାକୁ ଡିସେମ୍ବର ୩୧, ୨୦୨୧ ରୁ ମାର୍ଚ୍ଚ ୧୫, ୨୦୨୨ ତିନିମାସ ପର୍ଯ୍ୟନ୍ତ ବୃଦ୍ଧି କରିଯାଇଛି। ଏହାର ଅର୍ଥ ହେଉଛି ଯେ ଟିକସଦାତାମାନେ ଆର୍ଥିକ ବର୍ଷ ୨୦୨୦-୨୦୨୧ କିମ୍ବା ଆସେସମେଣ୍ଟ ଇଅର ୨୦୨୧-୨୦୨୨ ପାଇଁ ମାର୍ଚ୍ଚ ୧୫, ୨୦୨୨ ସୁଦ୍ଧା ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ।

ଅର୍ଥ ମନ୍ତ୍ରଣାଳୟର ରାଜସ୍ୱ ବିଭାଗ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ, କୋଭିଡ ସଂକ୍ରମଣରେ ବୃଦ୍ଧି ହେତୁ ଟିକସଦାତାମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଯୋଗୁଁ ସମୟସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ଆୟକର ଅଧିନିୟମ, ୧୯୬୧ ଅନୁଯାୟୀ ବିଭିନ୍ନ ଅଡିଟ୍ ରିପୋର୍ଟର ଇ-ଦାଖଲରେ ସମ୍ମୁଖୀନ ହେଉଥିବା ସମସ୍ୟା ହେତୁ ସମୟ ସୀମା ମଧ୍ୟ ବୃଦ୍ଧି କରାଯାଇଛି।

Get real time updates directly on you device, subscribe now.