fbpx

ଏହି ୫ଟି ଭୁଲ୍ ଯୋଗୁଁ ବମ୍ ପରି ଫାଟିଯାଇପାରେ ଆପଣଙ୍କ ଫୋନ୍, ରୁହନ୍ତୁ ସତର୍କ

ଓଡ଼ିଶା ଭାସ୍କର ବ୍ୟୁରୋ: ସ୍ମାର୍ଟଫୋନ୍ ବର୍ତ୍ତମାନ ସମୟରେ ଏକ ଆବଶ୍ୟକୀୟ ଜିନିଷ ପାଲଟିଯାଇଛି । ମୋବାଇଲ୍ ଫୋନ୍ ବିନା କୌଣସି କାମ ହେବା ଅସମ୍ଭବ । ଫୋନ୍ କଲ୍ ଠାରୁ ଆରମ୍ଭ କରି ଇଣ୍ଟରନେଟ୍ ଚଲାଇବା, ପେମେଣ୍ଟ୍ ଆଦି କରିବା ପାଇଁ ସ୍ମାର୍ଟଫୋନ୍ ଉପରେ ଆମେ ନିର୍ଭର କରିଥାଉ । ମୋବାଇଲ୍ ଫୋନ୍ ର ଅତ୍ୟଧିକ ବ୍ୟବହାର ଏବଂ ବିଭିନ୍ନ କାରଣରୁ ଗରମ ହୋଇଯାଇଥାଏ । ଯାହାଫଳରେ ଫୋନ୍ ବ୍ୟାଟେରୀ ଫାଟିବାର ଆଶଙ୍କା ଥାଏ । ତେବେ ଚାଲନ୍ତୁ ଜାଣିବା ଫୋନ୍ ବ୍ୟାଟେରୀ ବ୍ଲାଷ୍ଟ ହେବାର ୫ଟି ମୁଖ୍ୟ କାରଣ ।

ପ୍ରଥମରେ ହେଉଛି ଓଭରନାଇଟ୍ ଚାର୍ଜିଂ କରନ୍ତୁ ନାହିଁ, ଥାର୍ଡ ପାର୍ଟି କେବଲ୍ କିମ୍ବା ଚାର୍ଜର୍ ବ୍ୟବହାର କରନ୍ତୁ ନାହିଁ, ଫୋନ୍ ଫୁଲ୍ ଚାର୍ଜ କରନ୍ତୁ ନାହିଁ, ଅରିଜିନାଲ୍ ଚାର୍ଜର୍ ଓ ୟୁଏସବି ବ୍ୟବହାର କରନ୍ତୁ । ଏହା ବ୍ୟତୀତ କିଛି ଆପ୍ସକୁ ବ୍ୟବହାର କଲେ ମଧ୍ୟ ଫୋନ୍ ଗରମ ହୋଇଯାଏ । ମୋବାଇଲ୍ ଫୋନ୍ କୁ ୧୦୦ ପରସେଣ୍ଟ୍ ପର୍ଯ୍ୟନ୍ତ ଚାର୍ଜ କରିବା ଉଚିତ୍ ନୁହେଁ । ଆପଣ ମାନେ ୯୦% ଚାର୍ଜ ପର୍ଯ୍ୟନ୍ତ ଚାର୍ଜ କରନ୍ତୁ । ଏହାଛଡ଼ା ଫୋନ୍ କୁ ବାରମ୍ବାର ଚାର୍ଜ କରନ୍ତୁ ନାହିଁ ।

Get real time updates directly on you device, subscribe now.