fbpx

ଅଳ୍ପ ଦିନରେ ୨ୟ ଲହର ପିକ୍ କ୍ରସ୍ କରିପାରେ କରୋନା- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ସ୍ଥିତି ବିଗିଡ଼ିବାରେ ଲାଗିଛି । ଦିନକୁ ଦିନ ସଂକ୍ରମଣ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି । ବର୍ତ୍ତମାନର ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ କୋଭିଡ୍ ସଂକ୍ରମଣ ଉପରମୁହାଁ ଟ୍ରେଣ୍ଡରେ ଅଛି । ବହୁତ ଅଳ୍ପ ଦିନରେ ଦ୍ୱିତୀୟ ଲହର ପିକ୍ କୁ କ୍ରସ୍ କରିଯାଇପାରେ । ବର୍ତ୍ତମାନ ସଂକ୍ରମଣ ବଢ଼ୁଛି କିନ୍ତୁ ହସ୍ପିଟାଲାଇଜେସନ୍ କମ୍ ରହୁଛି । ଜେନେରାଲ୍ ବେଡରେ ୬.୫୧, ଆଇସିୟୁରେ ୧୨.୫୧% ଆକ୍ରାନ୍ତ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ଏତଦବ୍ୟତୀତ ଟେଷ୍ଟ୍, ପଜିଟିଭ୍, ହସ୍ପିଟାଲାଇଜେସନ୍, ମୃତ୍ୟୁହାରକୁ ଦେଖି ପଦକ୍ଷେପ ନିଆଯିବ । ଅନ୍ୟପଟେ ଭିତ୍ତିଭୂମି ବୃଦ୍ଧି ହେଉଛି; ଔଷଧ, ଅକ୍ସିଜେନ୍, ବେଡ୍ ଇତ୍ୟାଦି ଆବଶ୍ୟକୀୟ ଜିନିଷ ପ୍ରସ୍ତୁତ ରଖାଯାଇଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୦ହଜାର ୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍ ରୁ ୫୮୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ କେସ୍ ୪୨୨୬ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୮୭୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧ ହଜାର ୬୦୬କୁ ବୃଦ୍ଧି ପାଇଛି । ଅନ୍ୟପଟେ ଜିଲ୍ଲା ଗୁଡ଼ିକ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଖୋର୍ଦ୍ଧାରୁ । ଏଠାରୁ ୩ହଜାର ୧୮୮ ମାମଲା ଚିହ୍ନଟ ହୋଇଛି ।

Get real time updates directly on you device, subscribe now.