fbpx

ଭୋଟର କାର୍ଡ ନଥିଲେ ବି ଦେଇପାରିବେ ଭୋଟ୍! ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବାଜିସାରିଛି ନିର୍ବାଚନୀ ବିଗୁଲ । ଏପରି ପରିସ୍ଥିତିରେ ଯଦି ଆପଣଙ୍କ ଭୋଟର ଆଇଡି କାର୍ଡ ନାହିଁ ବା ହଜିଯାଇଛି, ତଥାପି ଆପଣ ଭୋଟ୍ ଦେଇପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କ ପାଇଁ ନିୟମ ଓ ସର୍ତ୍ତ ରହିଛି । ଭୋଟର ଆଇଡି କାର୍ଡ ବିନା ଭୋଟ୍ ଦେବା ପାଇଁ ଆପଣଙ୍କ ପାଖରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିଏ ଥିବା ଆବଶ୍ୟକ । ଆପଣଙ୍କ ନାଁ ଭୋଟର ଆଇଡି ଲିଷ୍ଟରେ ସାମିଲ ଥିବା ବି ଆବଶ୍ୟକ ।

ତେବେ ଭୋଟର ଆଇଡି କାର୍ଡ ବିନା ମତଦାନ କରିବା ପାଇଁ ଆପଣଙ୍କ ନାଁ ଭୋଟର ଲିଷ୍ଟରେ ରହିଥିବା ଆବଶ୍ୟକ । ଭୋଟର ତାଲିକାରେ ନାଁ ଚେକ୍ ଅଛି କି ନାହିଁ ଜାଣିବାକୁ ଚାହୁଁଥିଲେ, ପ୍ରଥମେ ଆପଣ ରହୁଥିବା ଅଞ୍ଚଳର ଭୋଟର ତାଲିକା ଯାଞ୍ଚ କରନ୍ତୁ । ଯଦି ଏହି ଲିଷ୍ଟରେ ଆପଣଙ୍କ ନାଁ ମିଳେ, ତେବେ ଭୋଟିଂ ସେଣ୍ଟରକୁ ଯାଇ ଆପଣ ଭୋଟ୍ ଦେଇପାରିବେ । ଯଦି ଆପଣଙ୍କ ପାଖରେ ଭୋଟର ଆଇଡି କାର୍ଡ ନାହିଁ ବା ହଜି ଯାଇଛି, ତେବେ ଆପଣ ପାଖରେ ୧୧ଟି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟରୁ ଗୋଟିଏ ଥିବା ଆବଶ୍ୟକ । ସେହି ୧୧ଟି ଡକ୍ୟୁମେଣ୍ଟ ହେଉଛି…

– ଡ୍ରାଇଭିଂ ଲାଇସେନ୍ସ
– ପାସପୋର୍ଟ
– ପାନ୍ କାର୍ଡ
– ଆଧାର କାର୍ଡ
– ବ୍ୟାଙ୍କ କିମ୍ବା ଡାକଘର ପକ୍ଷରୁ ଦିଆଯାଇଥିବା ପାସବୁକ୍
– ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ସର୍ଭିସ ଆଇଡେଣ୍ଟିଟି କାର୍ଡ
– ମନରେଗା ଜବ୍ କାର୍ଡ
– ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସ୍ୱାସ୍ଥ୍ୟ ବୀମା କାର୍ଡ
– ନ୍ୟାସନାଲ ପପୁଲେସନ୍ ରେଜିଷ୍ଟର ବା ଏନପିଆର ଦ୍ୱାରା ଦିଆଯାଇଥିବା ସ୍ମାର୍ଟ କାର୍ଡ
– ପେନସନ୍ ସମ୍ପନ୍ଧୀତ ଡକ୍ୟୁମେଣ୍ଟ୍
– ଭୋଟର ଆଇଡି କାର୍ଡ ଓ ପ୍ରମାଣିତ ଫଟୋ ଭୋଟର ସ୍ଲିପ ମଧ୍ୟ ବ୍ୟବହାର କରିପାରିବେ ।

ଭୋଟର ଆଇଡି ତାଲିକାରେ ଏପରି କରନ୍ତୁ ନାଁ ଚେକ୍:

– ଏଥିପାଇଁ ପ୍ରଥମେ ଆପଣଙ୍କୁ ସାଇଟElectoralsearch.inକୁ ଯାଆନ୍ତୁ ।
– ଏହା ପରେ ଆପଣ ନାମ ଯାଞ୍ଚ କରିବାକୁ ଦୁଇଟି ଅପସନ୍ ଦେଖିବେ ।
– ପ୍ରଥମ ଅପସନରେ ନାମ, ଡିଓବି ଏବଂ ଅନ୍ୟାନ୍ୟ ବିବରଣୀ ଦିଅନ୍ତୁୁ । ଆପଣଙ୍କୁ ତାଲିକା ଦେଖାଯିବ ।
– ଦ୍ୱିତୀୟରେ, ଆପଣ ଇପିଆଇସି ନମ୍ବର ଏଣ୍ଟର କରି ଡିଟେଲ୍ସ ହାସଲ କରିପାରିବେ ।
– ଇପିଆଇସି ନମ୍ବରକୁ ପ୍ରକୃତରେ ଭୋଟର ପରିଚୟ ନମ୍ବର କୁହାଯାଏ, ଯାହା ମାଧ୍ୟମରେ ଆପଣ ଭୋଟିଂ ତାଲିକାରେ ନାମ ଯାଞ୍ଚ କରିପାରିବେ ।
– ଏହା ପରେ ଭୋଟର ଲିଷ୍ଟ୍ ଖୋଲିବ, ଯେଉଁଠାରେ ଆପଣ ଆପଣଙ୍କର ଡିଟେଲ୍ସ ଦେଖିବେ ।
– ଏହା ବ୍ୟତୀତ ଆପଣ ନିର୍ବାଚନ ଆୟୋଗର ଟୋଲ୍ ଫ୍ରି ନମ୍ବର ୧୮୦୦୧୧୧୯୫୦ କୁ କଲ କରି ନିଜ ଲିଷ୍ଟ ବିଷୟରେ ଜାଣିପାରିବେ ।

Get real time updates directly on you device, subscribe now.