fbpx

ମାତ୍ର ୭୦୦୦ ଟଙ୍କା ରେଞ୍ଜରେ ପାଆନ୍ତୁ ଦମଦାର୍ ଟାବ୍ଲେଟ୍, ମିଳିବ ୭ ଇଞ୍ଚର ଡିସପ୍ଲେ

ନୂଆଦିଲ୍ଲୀ: ଯଦି ଆପଣ କମ୍ ଦାମ୍ ରେ ଭଲ ଫିଚର୍ ଯୁକ୍ତ ଟାବଲେଟ୍ କିଣିବାକୁ ଚାହୁଁଛନ୍ତି ତାହେଲେ ଏହି ଖବର ଆପଣ ନିଶ୍ଚୟ ପଢ଼ନ୍ତୁ । ଏଠାରେ ଉପଲବ୍ଧ ଥିବା ସବୁ ଟାବଲେଟ୍ ପ୍ରିମିୟମ୍ ଲୁକ୍ ଓ ଲାଇଟୱେଟ୍ ଡିଜାଇନ୍ ସହିତ ଆପଣଙ୍କୁ ମିଳିଯିବ । ଏହାକୁ ଆପଣ ବିଭିନ୍ନ ସ୍ଥାନକୁ ଖୁବ୍ ଆରାମରେ ନେଇପାରିବେ । Lowest price Tablet On Amazon ରେ ୪ଜି ଓ ୱାଇଫାଇ କନେକ୍ଟିଭିଟି ଥିବା ଟାବଲେଟ୍ ଉପଲବ୍ଧ ହେଉଛି । ଏଥିରେ ଆପଣ ନନଷ୍ଟପ୍ ଇଣ୍ଟରନେଟ୍ ସର୍ଫିଂ ଓ ମନୋରଞ୍ଜନର ମଜା ନେଇପାରିବେ । ଖାସ୍ କଥା ହେଉଛି ଏହାସବୁ ୧୦ ହଜାର ଟଙ୍କା ଓ ତାଠାରୁ କମ୍ ଦାମରେ ମିଳିଛି ।

ଏଥିମଧ୍ୟରେ ରହିଛି Lenovo Tab M7 3rd Gen । ୨ ଜିବି ରାମ୍ ସହିତ ୩୨ ଜିବିର ଇଣ୍ଟରନାଲ୍ ଷ୍ଟୋରେଜ୍ ମଧ୍ୟ ଏଥିରେ ଦିଆଯାଇଛି । ଏହା ଖୁବ୍ ସ୍ଲିମ୍ ଓ ଲାଇଟୱେଟ୍ ସହିତ ମିଳୁଛି । ଏହାର ଦାମ୍ ୭୯୯୯ ଟଙ୍କା ରହିଛି । ଏହାପରେ ରହିଛି Alcatel 1T7 4G । ଏହା ଆମାଜନ୍ ରେ ୭୪୯୮ ଟଙ୍କାରେ ଉପଲବ୍ଧ ହେଉଛଇ । ଆଣ୍ଡ୍ରଏଡ୍ ଜି ର ଅପରେଟିଂ ସିଷ୍ଟମ୍ ଦିଆଯାଇଛି । ଏଥିରେ ୭ ଇଞ୍ଚ୍ ର ଡିସପ୍ଲେ ମଧ୍ୟ ଦିଆଯାଉଛି । ୨ ମେଗାପିକ୍ସେଲ୍ ରିୟର୍ କ୍ୟାମେରା ଓ ୨ମେଗାପିକ୍ସେଲ୍ ଫ୍ରଣ୍ଟ୍ କ୍ୟାମେରା ସହିତ ଏହା ଆସୁଛି ।

iBall Cleo S9 Tablet PC  ମଧ୍ୟ ଆପଣଙ୍କୁ ଭଲ ଦାମ୍ ରେ ମିଳିପାରିବ । ଏଥିରେ ଆଣ୍ଡ୍ରଏଡ୍ ୮.୧ ର ଅପରେଟିଂ ସିଷ୍ଟମ୍ ଦିଆଯାଇଛି । ଏହାସହିତ କାର୍ଟିକ୍ସ ଏ୫୩ ଚିପ୍ ଲଗାଯାଇଛି । ଯାହାଦ୍ୱାରା ଏହା ଆପଣଙ୍କୁ ଉନ୍ନତ ପ୍ରୋସେସିଙ୍ଗ୍ ସ୍ପିଡ୍ ଦେଇପାରିବ । ୭ ଇଞ୍ଚ୍ ଡିସପ୍ଲେ ଓ ୧୬ ଜିବି ଷ୍ଟେରେଜ୍ ସହିତ ଏହା ଆସିଥାଏ । ଏହାର ଦାମ୍ ୭୪୯୯ ଟଙ୍କାରେ ଉପଲବ୍ଧ ହେଉଛି ।

Get real time updates directly on you device, subscribe now.