fbpx

ସୁରେଖା ପଲେଇ ହତ୍ୟା ମାମଲା: ବୟଫ୍ରେଣ୍ଡ ସମେତ ୩ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭରତପୁର ସୁରେଖା ପଲେଇ ହତ୍ୟା ମାମଲାରେ ଆସିଛି ବଡ଼ ଖବର । ଏହି ହତ୍ୟା ଘଟଣାରେ ସୁରେଖାଙ୍କ ବୟଫ୍ରେଣ୍ଡ ସମେତ ୩ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ପ୍ରେମିକ ସହ ପାଟିତୁଣ୍ଡ ପରେ ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଘଟଣା ପରେ ମାଡ଼ ଭୟରେ ବୟଫ୍ରେଣ୍ଡ ଫେରାର ହୋଇଯାଇଥିଲା ।

ସୂଚନା ଅନୁଯାୟୀ ମୃତ ସୁରେଖା ଭରତପୁର ଥାନା ଅଧୀନ ତାରିଣୀ ବସ୍ତିରେ ରହୁଥିବା ସମୟରେ ଘର ସାମ୍ନାରେ ରହୁଥିବା ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ବଢିଥିଲା । ଦୁହେଁ ଅଲଗା ଅଲଗା ଘର ଭଡା ନେଇଥିଲେ ମଧ୍ୟ ଅନେକ ସମୟରେ ଏକାଠି ରହୁଥିଲେ ଓ ଭୋଜିଭାତ କରୁଥିଲେ । ଉଭୟ ବିବାହ କରିବାର ସ୍ୱପ୍ନ ଦେଖିଥିଲେ । କିନ୍ତୁ ସୁରେଖା ପଲେଇଙ୍କୁ ଗତ ରବିବାର ରାତିରେ ହତ୍ୟା କରାଯାଇଥିଲା। ଅଭିଯୁକ୍ତମାନେ ତାଙ୍କୁ ଭୋଜିକୁ ନିମନ୍ତ୍ରଣ କରି ସେଠାରେ ତାଙ୍କ ଗଳା ଚିପି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ୨୧ ବର୍ଷୀୟା ସୁରେଖା ପଲେଇଙ୍କ ହତ୍ୟା ଘଟଣାରେ ଭରତପୁର ପୋଲିସକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ, ପ୍ରମାଣ ମିଳିଛି। ସୁରେଖା ଓ ଅଭିଯୁକ୍ତ ଛୋଟୁ ମଧ୍ୟରେ ପ୍ରେମ ସଂପର୍କ ଥିଲା ଓ ଛୋଟୁ ତାଙ୍କୁ ବିବାହ କରିବାକୁ ଚାହୁଥିଲା ବୋଲି ସୁରେଖାର ମା’ ପୋଲିସକୁ ବୟାନ ଦେଇଛନ୍ତି। କିନ୍ତୁ ଛୋଟୁ ତାଙ୍କଠାରୁ ୪ରୁ ୫ବର୍ଷ ସାନ ଥିବାରୁ ସୁରେଖା ବିବାହ ପାଇଁ ପ୍ରସ୍ତୁତ ନଥିଲେ। ଏହାକୁ ନେଇ ବିଭିନ୍ନ ସମୟରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଦେଉଥିଲା। ଏହା ସୁରେଖାଙ୍କ ହତ୍ୟାର କାରଣ ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା ନା କ୍ଷଣିକ ଉତ୍ତେଜନାରେ ସୁରେଖା ହତ୍ୟାର ଶିକାର ହୋଇଛନ୍ତି, ତାହା ଜଣା ପଡ଼ିନାହିଁ । ଅନ୍ୟପଟେ ଏମସର ଶବ ବ୍ୟବଚ୍ଛେଦରୁ ସୁରେଖାଙ୍କ ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Get real time updates directly on you device, subscribe now.