fbpx

ଉନ୍ନାଓ ଦୁଷ୍କର୍ମ ମାମଲାର ପୀଡ଼ିତାଙ୍କ ମା’ଙ୍କୁ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଭାବେ ମନୋନୀତ କଲା କଂଗ୍ରେସ

ଲକ୍ଷ୍ନୌ: ୟୁପି ବିଧାନସଭା ନିର୍ବାଚନରେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମାଆଙ୍କୁ ପ୍ରାର୍ଥୀ ଭାବରେ ମନୋନୀତ କରିଛି କଂଗ୍ରେସ୍ । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରଥମ ତାଲିକା ପ୍ରକାଶ ପାଇଛି । ପ୍ରିୟଙ୍କା ଗାନ୍ଧୀ କଂଗ୍ରେସର ପ୍ରଥମ ତାଲିକା ପ୍ରକାଶ କରିଛନ୍ତି । ଏହି ତାଲିକାରେ ୧୨୫ ଜଣ ଆଶାୟୀ ପ୍ରାର୍ଥୀ ରହିଛନ୍ତି । ଯେଉଁଥିରେ ୫୦ ଜଣ ମହିଳା ଆଶାୟୀ ପ୍ରାର୍ଥୀ ରହିଛନ୍ତି । ଏହି ମହିଳାଙ୍କ ମଧ୍ୟରେ ସମାଜସେବୀ ଠାରୁ ଆରମ୍ଭ କରି କିଛି ସାମ୍ବାଦିକ ମଧ୍ୟ ସାମିଲ ରହିଛନ୍ତି । ତେବେ ଏଥିରେ ଉନ୍ନାଓ ରେପ୍ ପୀଡ଼ିତାଙ୍କ ମାଆଙ୍କୁ ମଧ୍ୟ ଆଶାୟୀ ପ୍ରାର୍ଥୀ ତାଲିକାରେ ସାମିଲ କରିଛି କଂଗ୍ରେସ୍ ।

୨୦୧୯ରେ ଦଳରୁ ବହିଷ୍କାର କରାଯାଇଥିବା ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗର ଉନ୍ନାଓ ମାମଲାର ମୁଖ୍ୟ ଅଭିଯୁକ୍ତ ରହିଥିଲେ । ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏହି ଘଟଣା ୨୦୧୭ ରେ ଘଟିଥିବା ବେଳେ ସେ ସମୟରେ ଏହା ଖୁବ୍ ଚର୍ଚ୍ଚିତ ଘଟଣା ପାଲଟିଥିଲା ।

Get real time updates directly on you device, subscribe now.