fbpx

କଣ୍ଡୋମ ଉପରେ ଟ୍ୟାକ୍ସ ଲଗାଇଲେ ‘ପ୍ଲେ-ବଏ’ ଇମରାନ୍ ; ସଂସଦରେ ଏହାକୁ ନେଇ ଜ୍ଞାନ ଦେଲେ ବିଲାୱଲ ଭୁଟ୍ଟୋ, ଦେଖନ୍ତୁ Video

ଇସଲାମାବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ପୁଣିଥରେ ବିରୋଧୀଙ୍କ ଟାର୍ଗେଟକୁ ଆସିଛନ୍ତି । କଣ୍ଡୋମ ଉପରେ ଟ୍ୟାକ୍ସ ଲଗାଇବାକୁ ନେଇ ଇମରାନଙ୍କ ଉପରେ ହୋଇଛି ଆକ୍ରମଣ । ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜାରଦାରୀ ଏହି ଘଟଣାକୁ ନେଇ ଇମରାନ ଖାନଙ୍କୁ କଡ଼ା ସମାଲୋଚନା କରିଛନ୍ତି । ବୁଧବାର ଦିନ ମିନି ବଜେଟ ସମୟରେ ସଂସଦରେ ଇମରାନ ଖାନ୍ ସରକାର ‘ଟ୍ୟାକ୍ସେର ସୁନାମୀ’ ଆଣିବାକୁ ଯାଉଛନ୍ତି ବୋଲି ବିଲାୱଲ କହିଛନ୍ତି । ‘ପ୍ଲେ-ବଏ’ ଭାବେ ମୁଖ୍ୟମନ୍ତ୍ରୀ ଇମରାନ ଖାନଙ୍କ ଉପରେ ବ୍ୟକ୍ତିଗତ ଆକ୍ରମଣ କରି ସେ କହିଛନ୍ତି ଯେ, ‘ପିଟିଆଇ ସରକାର ମଧ୍ୟ କଣ୍ଡୋମ ଉପରେ ଟ୍ୟାକ୍ସ ଲଗାଇଛନ୍ତି, ଯାହାକି ‘ଖିଲାଡି’ଠାରୁ ଆଶା କରାଯାଉ ନଥିଲା ।

ବିଲାୱଲା କହିଛନ୍ତି ଯେ, ‘କଣ୍ଡୋମ ଉପରେ ଟ୍ୟାକ୍ସ ଲଗାଯାଇଛି । ଏବେ ଇମରାନ ପରି ଜଣେ ‘ଖିଲାଡି’ ଉପରେ ଏହା ଆଶା କରାଯାଉ ନଥିଲା କି ସେ କଣ୍ଡୋମ ଉପରେ ବି ଟ୍ୟାକ୍ସ ଲଗାଇବେ । ପାକିସ୍ତାନ, ବାଂଲାଦେଶ, ଭାରତରେ ଜନସଂଖ୍ୟା ବିସ୍ଫୋରଣ ଘଟୁଛି । ସେମାନଙ୍କ ଖାଦ୍ୟ, ଶିକ୍ଷା, ରୋଜଗାର ପାଇଁ ଆମେ କିଛି ବି ବ୍ୟବସ୍ଥା କରିପାରୁନାହିଁ । ସମଗ୍ର ଦୁନିଆରେ ଗର୍ଭନିରୋଧକ ବା କଣ୍ଡୋମକୁ ପ୍ରୋତ୍ସାହିତ କରାଯାଉଥିବା ବେଳେ ପାକିସ୍ତାନରେ ଏହା ଉପରେ ଲାଗିଛି ଟ୍ୟାକ୍ସ ଲଗାଇଛି । ଦେଶରେ ଏଚଆଇଭି ଓ ଏଡସ୍ ସଙ୍କଟ ଦେଖାଦେଇଛି, ତାହା କ’ଣ ଆପଣ ମିଡିଆ ଓ ଦେଶକୁ ଜଣାପଡୁନାହ÷ିଁ କି? ପାକିସ୍ତାନର ଗୋଟିଏ ସହରରୁ ଅନେକ ମାମଲା ସାମ୍ନାକୁ ଆସିଥିଲା ।’ ତେବେ ଆସନ୍ତୁ ଦେଖିବା ଏହାର ଭିଡିଓ…

Get real time updates directly on you device, subscribe now.