fbpx

ବେଲି ଡ଼ାନ୍ସ ପଡ଼ିଲା ମହଙ୍ଗା: ସ୍ଵାମୀ ଦେଲେ ଛାଡପତ୍ର, ଚାକିରିରୁ ବହିଷ୍କାର କଲା ସ୍କୁଲ(VIDEO)

ନୂଆଦିଲ୍ଲୀ: ଏକବିଂଶ ଶତାବ୍ଦୀରେ ସମାଜ ପାଦ ଥାପି ଥିଲେ ମଧ୍ୟ ସମାଜରେ ମହିଳାଙ୍କ ପ୍ରତି ରହିଥିବା ଦ୍ୱେଶ କିଛି କମ ନାହିଁ। ସାମାନ୍ୟ ଡ଼ାନ୍ସ ପାଇଁ ଜଣେ ମହିଳାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ସ୍ଵାମୀ ମଧ୍ଯ ଛାଡପତ୍ର ଦେଇଛନ୍ତି। ଇଜିପ୍ଟରେ ଶିକ୍ଷୟିତ୍ରୀ ଭାବରେ କାମ କରୁଥିବା ମହିଳା ଜଣଙ୍କ ସ୍କୁଲରେ ଏକ କାର୍ଯ୍ୟକ୍ରମରେ ଡ଼ାନ୍ସ କରିଥିଲେ। ଏହି ଭିଡିଓ ଟ୍ୱୀଟରରେ ଭାଇରାଲ ହେବା ପରେ ମହିଳାଙ୍କୁ ସମାଲୋଚନା ଶୁଣିବାକୁ ପଡ଼ିଥିଲା।

ଏହି ଘଟଣା ପରେ ମହିଳାଙ୍କ ସ୍ବାମୀ ଉତ୍କ୍ଷିପ୍ତ ହୋଇ ଯାଇଥିଲେ। ମହିଳା ଜଣଙ୍କୁ ତାଙ୍କ ସ୍ବାମୀ ଛାଡପତ୍ର ପ୍ରଦାନ କରିଥିଲେ। ଏହି ଘଟଣା ପରେ ସ୍କୁଲ କର୍ତୁପକ୍ଷ ମଧ୍ୟ ଭିଡ଼ିଓ ଦେଖିଥିଲେ। ସ୍କୁଲ କର୍ତୁପକ୍ଷ ମହିଳା ଶିକ୍ଷୟିତ୍ରୀ ଜଣଙ୍କୁ ଚାକିରିରୁ ମଧ୍ୟ ବହିଷ୍କାର କରିଥିଲେ।

ଦେଖନ୍ତୁ ଭିଡ଼ିଓ:

 

Get real time updates directly on you device, subscribe now.