fbpx

ଜରୁରୀ ନଥିଲେ ହସ୍ପିଟାଲରେ ଆଡମିସନ୍ ମନା: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହସ୍ପିଟାଲ ଗୁଡ଼ିକରେ କୋଭିଡ୍ ନିୟମ ପାଳନ ନେଇ ଗାଇଡଲାଇନ୍ ଜାରି ହୋଇଯାଇଛି । ସମସ୍ତ ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସ୍ୱାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶ ରହିଛି । ହସ୍ପିଟାଲରେ କରୋନାର ସମସ୍ତ ନିୟମ ପାଳନ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗାଇଡଲାଇନ୍ ଅନୁସାରେ, ଜରୁରୀ ନଥିଲେ ରୋଗୀଙ୍କୁ ହସ୍ପିଟାଲରେ ଆଡମିଟ୍ କରାଯିବ ନାହିଁ । କୋଭିଡ୍ କଟକଣା ମଧ୍ୟରେ ଜରୁରୀ ଅସ୍ତ୍ରୋପଚାର କରାଯିବ । ଅନ୍ୟାନ୍ୟ ବିକଳ୍ପ ଅସ୍ତ୍ରୋପଚାର ଗୁଡ଼ିକୁ ସ୍ଥଗିତ ରଖାଯିବ । ସେହିପରି ଗୁରୁତର ରୋଗୀଙ୍କ ପାଖରେ ଜଣେ ଆଟେଣ୍ଡାଣ୍ଟ ରହିପାରିବେ । ଏହାସହ ଓପିଡି ଓ ଆଇପିଡି ଭିତରକୁ ମିଡିଆକୁ ଅନୁମତି ନାହିଁ ବୋଲି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.