fbpx

ରାଜ୍ୟସଭାରେ ବିରୋଧି ଦଳ ନେତା ମଲିକାର୍ଜୁନ ଖଡଗେଙ୍କୁ କରୋନା, ନେଇଥିଲେ ଡବଲ ଡୋଜ ଟିକା

ନୂଆଦିଲ୍ଲୀ: ରାଜ୍ୟସଭାରେ ବିରୋଧି ଦଳ ନେତା ମଲିକାର୍ଜୁନ ଖଡଗେ କରୋନା ସଂକ୍ରମିତ ହୋଇଛନ୍ତି । ଏହି ସୂଚନା ଗୁରୁବାର ଦିନ ଖଡଗେ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଖଡଗେ କରୋନାର ଦୁଇଟିଯାକ ଟିକା ନେଇ ସାରିଛନ୍ତି । ବର୍ତମାନ ସେ ହୋମ ଆଇସୋଲେସନ୍‌ରେ ଅଛନ୍ତି ବୋଲି ଜଣା ପଡିଛି ।  ତାଙ୍କ ଚିକିତ୍ସା ଜାରି ରହିଛି। ତେବେ ତାଙ୍କ ସଂସ୍ପର୍ଶରେ ଆସିବା ଲୋକଙ୍କୁ କରୋନା ଟେଷ୍ଟ କରାଇ ନେବା ପାଇଁ ସଚେତନ କରିଛନ୍ତି।

 

ସୂଚନା ମୁତାବିକ, ରାଜ୍ୟସଭାରେ ବିରୋଧି ଦଳ ନେତା ମଲିକାର୍ଜୁନ ଖଡଗେ କରୋନାର ସ୍ବଳ୍ପ ଲକ୍ଷଣ ଦେଖା ଦେଇଥିଲା। ସେ ଆର୍‌ଟିପିସିଆର୍ ଟେଷ୍ଟ କରାଇବା ପରେ କରୋନା ପଜିଟିଭି ଥିବା ଜଣାବାକୁ ପାଇଥିଲେ।  ଖଡ଼ଗେଙ୍କୁ ହୋମ୍ ଆଇସୋଲେସନ୍‌ରେ ରଖାଯାଇଥିବା ସୂଚନା ମିଳିଛି।

Get real time updates directly on you device, subscribe now.