fbpx

ବ୍ୟବସାୟୀଙ୍କ ଘରେ ଡକାୟତି: ବନ୍ଧୁକ ମୁନରେ ଲୁଟିନେଲେ ୬ ଲକ୍ଷ ଟଙ୍କା,୧୦ ଭରି ସୁନା

ଟିଟିଲାଗଡ଼, (ଭାସ୍କର ନ୍ୟୁଜ୍‌): ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଡୁଙ୍ଗୁରିପାଲି ଗାଁରେ ଏକ ବଡ଼ ଧରଣର ଡକାୟତି ଘଟିଛି । ଡକାୟତମାନେ ଜଣେ ବ୍ୟବସାୟୀଙ୍କ ଘରେ ପ୍ରବେଶ କରି ବନ୍ଧୁକ ମୁନରେ ନଗଦ ୬ ଲକ୍ଷ ଓ ୧୦ ଭରିର ସୁନା ଅଳଙ୍କାର ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ  ଭୋର ସମୟରେ ୬ ଜଣ ମୁଖା ପିନ୍ଧା ଡକାୟତ ଗ୍ରୀଲ ଭାଙ୍ଗି ଡୁଙ୍ଗୁରିାଲିର ବିଶିଷ୍ଟ ବ୍ୟବସାୟୀ ଅଜିତ ସାହୁଙ୍କ ଘରେ ପ୍ରବେଶ କରିଥିଲେ । ଏହାପରେ ବନ୍ଧୁକ ଓ ଭୁଜାଲି ଦେଖାଇ ଘରର ଜଣଙ୍କୁ ଆକ୍ରମଣ କରିଥିଲେ । ପରେ ତାଙ୍କ ଘରୁ ନଗଦ ୬ ଲକ୍ଷ ଓ ୧୦ ଭରି ସୁନା ଲୁଟିନେଇ ଫେରାର ହୋଇଯାଇଥିଲେ । ଏ ନେଇ ଶ୍ରୀ ସାହୁ ସଇଁତଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ଛାନଭିନ ଚଳାଇଥିଲେ ମଧ୍ୟ ଡକାୟତଙ୍କ ସୂଚନା ପାଇବାରେ ସମର୍ଥ ହୋଇପାରିନାହିଁ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।

Get real time updates directly on you device, subscribe now.