ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଟ୍ରକରେ ଚାଲାଣ ହେଉଥିଲା ଗୋ ମାଂସ । ପ୍ରାୟ ୨୪ ଟନ୍ ଗୋମାଂସ ଚାଲାଣ ହେଉଥିବାୂ ବେଳେ ଏହାକୁ ଜବତ କରିଛନ୍ତି ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମୀ । ଭିଏଚପି ଓ ବଜରଙ୍ଗ ଦଳର କର୍ମୀ ମାନେ ଖୋର୍ଦ୍ଧାରେ ଏଡି କଣ୍ଟେନର ଜବତ କରିଥିଲେ । କଲିକତାରୁ ଆନ୍ଧ୍ର ପ୍ରଦେଶ ଅଭିମୁଖେ ଏହି ଟ୍ରକଟି ଯାଉଥିଲା ।
କଣ୍ଟେନରରେ ଗୋ ମାଂସ ରହିଥିବା ନେଇ ସୂଚନା ମିଳିଥିଲା । କର୍ମୀ ମାନେ ଟ୍ରକ ଅଟକାଇବାକୁ ପ୍ରୟାସ କରିଥିଲେ ହେଁ ଡ୍ରାଇଭର ଟ୍ରକ ଅଟକାଇ ନଥିଲା । ଟ୍ରକଟି ନ ଅଟକିବାରୁ ପରବର୍ତ୍ତୀ ସମୟରେ ଆଗରେ ଏକ ଗାଡି ରଖି ରାସ୍ତା ବନ୍ଦ କରି ଟ୍ରକ ଅଟକା ଯାଇଥିଲା । ଡ୍ରାଇଭର ଜଣଙ୍କ ବିଲ ଦେଖାଇ ନ ପାରିବାରୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ଶେଷରେ ପୋଲିସ ଡ୍ରାଇଭରକୁ କୋର୍ଟ ଚାଲାଣ କରିଥିଲା ।