ବଜେଟ୍ ୨୦୨୨-୨୩: ଏଥର ମଧ୍ୟ ସାଧାରଣ ବଜେଟ ସହ ଉପସ୍ଥାପନ ହେବ ରେଳ ବଜେଟ୍, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ୨୦୨୨-୨୩ ପାଇଁ ଆଗତ ହେବାକୁଥିବା ସାଧାରଣ ବଜେଟ୍ ପାଇଁ ଏକ ମାସରୁ ମଧ୍ୟ କମ୍ ସମୟ ରହିଛି । ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ ୧ ଫେବୃଆରୀ ୨୦୨୨ ରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ । ଏଥର ମଧ୍ୟ ରେଳ ବଜେଟ ସାଧାରଣ ବଜେଟର ଅଂଶ ରହିବ । ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ତକ୍ରାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୯୨ ବର୍ଷ ପୁରୁଣା ପ୍ରଥାକୁ ଶେଷ କରିବା ସହ ୨୦୧୭ରୁ ରେଳ ବଜେଟର ଘୋଷଣା ସାଧାରଣ ବଜେଟରେ ହିଁ କରିବା ଆରମ୍ଭ କରିଥିଲେ । ଏହା ପୂର୍ବରୁ ରେଳମନ୍ତ୍ରୀ ସାଧାରଣ ବଜେଟ୍ ର ଗୋଟିଏ ଦିନ ପୂର୍ବରୁ ରେଳ ବଜେଟ୍ ସଂସଦରେ ଉପସ୍ଥାପନ କରୁଥିଲେ ।

ଭାରତରେ ୧୯୨୪ ରେ ପ୍ରଥମ ରେଳ ବଜେଟ ଉପସ୍ଥାପନ ହୋଇଥିଲା । ଯାହା ପ୍ରଥମ ପୃଥକ୍ ରେଳ ବଜେଟ୍ ଥିଲା । ଏହା ପୂର୍ବରୁ ମଧ୍ୟ ରେଳ ବଜେଟ୍ ସାଧାରଣ ବଜେଟ ସହ ଉପସ୍ଥାପିତ ହେଉଥିଲା । ୧୯୨୦-୨୧ରେ ଏକ୍ୱର୍ଥ କମିଟି ରେଳ ବଜେଟକୁ ନେଇ ଏହାର ରିପୋର୍ଟ ପ୍ରଦାନ କରିଥିଲା । ଯେଉଁଥିରେ ରେଳ ବଜେଟକୁ ଅଲଗା ଭାବରେ ଉପସ୍ଥାପନ କରିବା ଏବଂ ଏହାର ଆର୍ଥିକ ମାମଲାକୁ ଅଲଗା ଭାବରେ ଦେଖିବାକୁ କୁହାଯାଇଥିଲା । ତେବେ ନୀତି ଆୟୋଗର ପରାମର୍ଶ ଏବଂ ବିଭିନ୍ନ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ୨୦୧୭ରୁ ପୁଣିଥରେ ରେଳ ବଜେଟ୍ ସାଧାରଣ ବଜେଟ ସହ ଉପସ୍ଥାପନ କରାଯାଉଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ସଂସଦରେ ବଜେଟ ଅଧିବେଶନ ୩୧ ଜାନୁଆରୀଠାରୁ ଆରମ୍ଭ ହେବାକୁ ଯାଉଛି । ୧ ଫେବୃଆରୀରେ ୧୧ ବଜେଟ୍ ଉପସ୍ଥାପନ କରାଯିବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ୧୧ ଫେବୃଆରୀରେ ଶେଷ ହେବ । ଏହାପରେ ଏକ ମାସର ଛୁଟି ପରେ ଦ୍ୱିତୀୟ ପର୍ଯ୍ୟାୟ ୧୪ ମାର୍ଚ୍ଚରୁ ଆରମ୍ଭ ହେବ ଏବଂ ୮ ଏପ୍ରିଲରେ ଶେଷ ହେବ ।

Get real time updates directly on you device, subscribe now.