fbpx

ମଦ ପିଇବାକୁ ରୋକିବାରୁ ପତ୍ନୀ ଉପରେ ଏସିଡ୍ ଫୋପାଡ଼ିଦେଲା ସ୍ୱାମୀ, ଟିଫିନରେ ଆଣିଥିଲା ଏସିଡ୍

ନୂଆଦିଲ୍ଲୀ: ଲଗାତର ମଦ୍ୟପାନ କରୁଥିବାରୁ ଜଣେ ବ୍ୟକ୍ତିର ପତ୍ନୀ ତାଙ୍କୁ ରୋକୁଥିଲେ । ଏଥିରେ ଅତିଷ୍ଠ ହୋଇ ଉକ୍ତ ବ୍ୟକ୍ତି ନିଜ ପତ୍ନୀ ଉପରେ ଏସିଡ୍ ଫୋପାଡ଼ି ଦେଇଛି । ଫଳରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଛି । ଏହିଭଳି ଏକ ଘଟଣା ଘଟିଛି ବିହାରର ବକ୍ସର୍ ଜିଲ୍ଲା ଠାରେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଜଗ ନାରାୟଣ ନାମକ ଜଣେ ବ୍ୟକ୍ତି ଖୁବ୍ ମଦ ପିଉଥିଲା । ଏହାକୁ ନେଇ ତାର ପତ୍ନୀ ସବିତା ସହିତ ସବୁବେଳେ ଝଗଡ଼ା ହେଉଥିଲା । ସବିତାଙ୍କ କହିବାନୁସାରେ, ତାଙ୍କ ସ୍ୱାମୀ ମଦ ପିଉଥିବାରୁ ସେ ଅତିଷ୍ଠ ହୋଇ ବାପ ଘରକୁ ଚାଲିଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ସ୍ୱାମୀ ଘରକୁ ତାଙ୍କ ଉପରେ ଏସିଡ୍ ଫୋପାଡ଼ି ଦେଇଥିଲେ । ଯାହାଫଳରେ ତାଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା । ଏହାପରେ ତାଙ୍କ ବାପ ଘର ଲୋକ ଗୁରୁତର ଅବସ୍ଥାରେ ମହିଳାଙ୍କୁ ନେଇ ମେଡିକାଲକୁ ଯାଇଥିଲେ । ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି ।

Get real time updates directly on you device, subscribe now.