CHARIDHAM

ସଟର ତାଲା ଭାଙ୍ଗି ମୋବାଇଲ୍‌ ଦୋକାନରୁ ଚୋରି, ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ମୋବାଇଲ୍‌ ନେଇ ଗଲେ ଦୁର୍ବୃତ୍ତ: ପୋଲିସର ତନାଘନା ଜାରି

ଯୋଡା (ଭାସ୍କର ନ୍ୟୁଜ୍‌): ଯୋଡା ଥାନା ବିଲେଇ ପଦା ଫାଣ୍ଡି ଅନ୍ତର୍ଗତ ବିଲେଇପଦା ହାଟବଜାର ନିକଟରେ ଥିବା ଏକ ମୋବାଇଲ ଦୋକାନରୁ ବଡ ଧରଣର ଚୋରି ହୋଇଥିବା ଜଣାପଡିଛି । ବିଳମ୍ବିତ ରାତ୍ରିରେ ଦୋକାନ ସଟରର ତାଲା ଭାଙ୍ଗି ଦୁର୍ବୁତ୍ତମାନେ ଚୋରି କରିଥିବା ବେଳେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ୬୦ଟି ମୋବାଇଲ ସହ ନଗଦ ୧.୮୦ଲକ୍ଷ ଟଙ୍କା ଚୋରି ହୋଇଥିବା ଜଣାପଡଛି । ଘଟଣାସ୍ଥଳରେ ବିଲେଇପଦା ପୋଲିସ ପହଞ୍ଚି ଛାନଭିନ୍ନ ଆରମ୍ଭ କରିଛି ।

ଘଟଣାରୁ ପ୍ରକାଶ ଯେ, ବିଲେଇପଦା ହାଟବଜାର ନିକଟରେ ଥିବା ଆୟୂଷ କମ୍ୟୁନିକେସନ ନାମକ ଏକ ମୋବାଇଲ ଦୋକାନର ତାଲାଭାଙ୍ଗି ନଗଦ ଦେଢ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ସହ ପ୍ରାୟ ସାଢେ ଚାରିଲକ୍ଷର ଉଦ୍ଧ୍ୱର୍ ଟଙ୍କା ମୂଲ୍ୟର ନାମୀଦାମୀ ବ୍ରାଣ୍ଡର ମୋବାଇଲ ସେଟ ଚୋରି କରି ଦୁବୁର୍ତ୍ତ ମାନେ ଫେରାର ହୋଇଯାଇଛନ୍ତି । ଦୋକାନ ଭିତରେ ପ୍ରବେଶ କରିବା ପୂର୍ବରୁ ଦୋକାନରେ ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରି ଚୋରି କରିଥିଲେ ଦୁବୁର୍ତ୍ତ । ଚୋରି ଭିଆଇବା ପରେ ଦୁବୁର୍ତ୍ତ ମାନେ ଦୋକାନରେ ଲାଗିଥିବା ସିସିଟିଭି ଡିଭିଆର ମେସିନକୁ ସାଙ୍ଗରେ ଧରି ନେଇ ପଳାଇଥିବା ଜଣାପଡିଛି । ବୁଧବାର ମଧ୍ୟରାତ୍ର ପ୍ରାୟ ଦେଢଟା ବେଳେ ଏହି ଘଟଣା ଘଟିଥିବା ବେଳେ ପୋଲିସ ଛାନବିନ କରୁଥିବା ସମୟରେ ପାଖ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରୁ ଏହା ସ୍ପଷ୍ଟ ଜଣାପଡୁଛି । ଗୁରୁବାର ସକାଳୁ ଦୋକାନରୁ ଚୋରି ହୋଇଥିବା ନେଇ ଜଣାପଡିବା ପରେ ଦୋକାନ ମାଲିକ ଏନେଇ ବିଲେଇପଦା ଫାଣ୍ଡି ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାଶ୍ୱିକ ସ୍ଥିତି ଅନୁଧ୍ୟାନ ସହ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଥିବା ଦେଖାଯାଇଛି । ତଦନ୍ତ ପ୍ରକ୍ରିୟା ଚାଲିଥିବା ବେଳେ ଖୁବଶୀଘ୍ର ଚୋରିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ପୋଲିସ ସୂଚନା ଦେଇଛି ।