fbpx

ମୈନପୁରୀ ଜିଲ୍ଲା କରହଲ ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ଅଖିଳେଶ

ଲକ୍ଷ୍ନୌ : ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଉତ୍ତର ପ୍ରଦେଶର ମୈନପୁରୀ ଜିଲ୍ଲାର କରହଲ ନିର୍ବାଚନ ମଣ୍ଡଳୀରୁ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଫେବୃୟାରୀ ୨୦ ତାରିଖ ଦିନ କରହଲରେ ମତଦାନ ହେବ । ଅଖିଳେଶ ବର୍ତ୍ତମାନ ଆଜମଗଡ ସଂସଦୀୟ କ୍ଷେତ୍ରର ସାଂସଦ ଅଛନ୍ତି । ମାତ୍ର ଆଜି ପର୍ଯ୍ୟନ୍ତ ସେ କେବେ ରାଜ୍ୟ ବିଧାନସଭା ନିର୍ବାଚନ ଲଢ଼ି ନାହାନ୍ତି । ତେବେ ୨୦୧୨ରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ବେଳେ ବିଧାନ ପରିଷଦର ସଦସ୍ୟ ଥିଲେ । ଆଗାମୀ ବିଧାନସଭା ନିର୍ବାଚନରେ ସେ ଲଢ଼ିବା ପାଇଁ ମନସ୍ଥ କରିବା ପରେ କେଉଁ ସ୍ଥାନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ସ୍ଥିର ହୋଇ ନ ଥିଲା ।

ତେବେ ଗୁରୁବାର ଦିନ ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସେ କରହଲ ଆସନରୁ ଲଢ଼ିବେ ବୋଲି ଜଣାପଡିଛି । ବର୍ତ୍ତମାନ ସମାଜବାଦୀ ଦଳର ସୋବରନ ସିଂ ଯାଦବ କରହଲ ବିଧାୟକ ଅଛନ୍ତି । ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଯେ ୧୯୯୩ରୁ ସମାଜବାଦୀ ପାର୍ଟି ୭ ଥର କରହଲ ବିଧାନସଭା କ୍ଷେତ୍ରରୁ ବିଜୟୀ ହୋଇଛି । ଗୁରୁବାର ଦିନ ଅଖିଳେଶ ଯାଦବ କହିଛନ୍ତି ଯେ ତାଙ୍କ ଦଳ ଶାସନ କ୍ଷମତାକୁ ଆସିଲେ ରାଜ୍ୟର ଅବସର ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ପୁଣି ପେନସନ ବ୍ୟବସ୍ଥା ଲାଗୁ କରିବେ ।

ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଉତ୍ତର ପ୍ରଦେଶର ଯେଉଁ ବ୍ୟକ୍ତିମାନେ ୨୦୦୫ ପରେ ସରକାରୀ ଚାକିରୀ କରିଛନ୍ତି ,ସେମାନଙ୍କୁ ଅବସର ପରେ ପେନସନ ମିଳିବ ନାହିଁ । ମାତ୍ର ଅଖିଳେଶ କହିଛନ୍ତି ଯେ ସମାଜବାଦୀ ଦଳ ସରକାର ଗଠନ କଲେ ଏହି ପେନସନ ବ୍ୟବସ୍ଥା ପୁଣି ଲାଗୁ କରାଯିବ ।

Get real time updates directly on you device, subscribe now.