fbpx

ICC T20 World Cup 2022: ଅକ୍ଟୋବର ୨୩ରେ ଭାରତ-ପାକ୍ ଟକ୍କର୍

ନୂଆଦିଲ୍ଲୀ: ଅକ୍ଟୋବର ୨୩ରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ଟି-୨୦ ବିଶ୍ୱକପ୍ ୨୦୨୨ ପାଇଁ ସୂଚୀ ଜାରି ହୋଇଛି । ବିଶ୍ୱକପ୍ ରେ ପାକିସ୍ତାନ ସହିତ ପ୍ରଥମ ମ୍ୟାଚ୍ ଖେଳିବ ଭାରତ । ସେହିପରି ଅକ୍ଟୋବର ୧୬ରୁ ଆରମ୍ଭ ହେବ କ୍ରିକେଟ୍ ମହାକୁମ୍ଭ । ତେବେ ଅଷ୍ଟ୍ରେଲିୟାରେ ୨୦୨୨ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ର ସୂଚୀ ଜାରି କରାଯାଇଛି । ତେବେ ଏଥିରେ ପୁଣିଥରେ ଭାରତ ଓ ପାକିସ୍ତାନରେ ମଧ୍ୟ କଡ଼ା ଟକ୍କର୍ ହେବାକୁ ଯାଉଛି । ଏହା କ୍ରିକେଟ୍ ପ୍ରେମୀଙ୍କ ପାଇଁ ରୋମାଞ୍ଚଭରା ହେବ ବୋଲି ଚର୍ଚ୍ଚା ହେଉଛି । ଆଇସିସି ଦ୍ୱାରା ଶୁକ୍ରବାର ଦିନ ନୂତନ ସୂଚୀ ଜାରି କରାଯାଇଛି । ଟି-୨୦ ବିଶ୍ୱକପ୍ ର ଆରମ୍ଭ ଅକ୍ଟୋବର ୧୬ ତାରିଖରେ ହେବାକୁ ଥିବା ବେଳେ ସୁପର୍-୧୨ ରାଉଣ୍ଡର ଆରମ୍ଭ ଅକ୍ଟୋବର ୨୨ରୁ ହେବ । ପ୍ରଥମ ଦିନ ଅଷ୍ଟ୍ରେଲିୟା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ରହିଛି ।

Get real time updates directly on you device, subscribe now.