ନୂଆଦିଲ୍ଲୀ: ଇଣ୍ଡିଆ ଗେଟରେ ସ୍ଥାପନ ହେବ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାନୁଆରୀ ୨୩ ତାରିଖରେ ନେତାଜୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ତାଙ୍କ ହେଲୋଗ୍ରାମ ମୂର୍ତ୍ତିର ଉଦଘାଟନ ହେବ । ଗ୍ରାନାଇଟ୍ ତିଆରି ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି କହିଛନ୍ତି ମୋଦୀ । ତେବେ ଗ୍ରାନାଇଟ୍ ତିଆରି ପ୍ରତିମୂର୍ତ୍ତି ନହେବା ପର୍ଯ୍ୟନ୍ତ ହୋଲୋଗ୍ରାମ ଷ୍ଟାଚ୍ୟୁ ଲାଗିବ । ଏହି ଷ୍ଟାଚ୍ୟୁ ୨୩ ତାରିଖ ଦିନ ନେତାଜୀ ଜୟନ୍ତୀରେ ଅନାବରଣ ହେବ । ସୂଚନା ଯେ, ଇଣ୍ଡିଆ ଗେଟରେ ଦୀର୍ଘ ବର୍ଷ ଧରି ଜଳି ଆସୁଥିବା ଅମର ଯବାନ ଜ୍ୟୋତିକୁ ବିଲୟ କରାଯାଇ ଜାତୀୟ ଯୁଦ୍ଧ ସ୍ମାରକରେ ତାକୁ ରଖାଯିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏହାକୁ ନେଇ ବିରୋଧୀ ମାନେ ମୋଦୀ ସରକାରଙ୍କୁ ଟାେର୍ଗେଟ କରିବାରେ ଲାଗିଛନ୍ତି ।
Till the grand statue of Netaji Bose is completed, a hologram statue of his would be present at the same place. I will unveil the hologram statue on 23rd January, Netaji’s birth anniversary. pic.twitter.com/jsxFJwEkSJ
— Narendra Modi (@narendramodi) January 21, 2022
At a time when the entire nation is marking the 125th birth anniversary of Netaji Subhas Chandra Bose, I am glad to share that his grand statue, made of granite, will be installed at India Gate. This would be a symbol of India’s indebtedness to him. pic.twitter.com/dafCbxFclK
— Narendra Modi (@narendramodi) January 21, 2022