fbpx

(ଭିଡିଓ) ଅନାବିଳ ପ୍ରେମର ଉଦାହରଣ: ସ୍ୱାମୀର ଜୀବନ ପାଇଁ ଦାଦନ ଗଲେ ମହିଳା

କୁହାଯାଏ ପ୍ରେମ, ଦୁଇଟି ଆତ୍ମାର ଅଦୃଶ୍ୟ ମିଳନ । ଏହି ପ୍ରେମ ଚିରନ୍ତନ ଆଉ ଶାଶ୍ୱତ । ପ୍ରେମ ଶୁଣାଏ ନିରବତାର ଭାଷା ଆଉ ହୋଇଯାଏ ଏକାନ୍ତ ଆପଣା । ସତରେ ପ୍ରେମ ଏମିତି ଏକ ସମ୍ପର୍କ ଯାହା ଆଗରେ ହାର ମାନିଯାଏ ଦୁନିଆଁର ସବୁ ପ୍ରତିବନ୍ଧକ । ସ୍ଵାମୀ ସ୍ତ୍ରୀର ଅନାବିଳ ପ୍ରେମର ସମ୍ପର୍କ କେବଳ ସୁଖ ସମୃଦ୍ଧିକୁ ନେଇ ନୁହେଁ ବରଂ ଦୁଃଖ ଏବଂ ଅଭାବ ଅନଟନ ଭିତରେ ସମ୍ପର୍କଟା ଆହୁରି ନିବିଡ଼ ହୋଇଉଠେ । ଦୁଃଖ ଦୁର୍ଦ୍ଦିନରେ ସ୍ଵାମୀ ଯେତେବେଳେ ଶଯ୍ୟାଶାୟୀ ହୋଇଯାଏ ସେତେବେଳେ ସ୍ତ୍ରୀ ତାର ଧର୍ମ ପାଳନ କରେ ।

ଆଉ ଏହାର ଏକ ବାସ୍ତବତା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସାଗୁନଭାଡ଼ି ଗାଁରେ । ସ୍ୱାମୀ ଶଯ୍ୟାଶାୟୀ ହୋଇ ଜୀବନ ସହ ସଂଗ୍ରାମ କରୁଥିବାବେଳେ ପରିବାର ବୋଝ ସହ ସ୍ୱାମୀର ଚିକିତ୍ସା ପାଇଁ ଦାଦନ ଖଟିଯାଇଛି ସ୍ତ୍ରୀ । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.