fbpx

(ଭିଡିଓ) ପୁଅ ପାଇଁ ମା ଦେଉଛି କିଡନୀ କିନ୍ତୁ ହୋଇ ପାରୁ ନାହିଁ ପ୍ରତିରୋପଣ

ଅନ୍ତ ଚିରି ଜନ୍ମ ଦେଇଛି, ଏତେ ଶୀଘ୍ର ଛାଡି ଦେବ ବା କେମିତି । ଜବନ ବରଂ ଯାଉ ହେଲେ ମୋ ପୁଅ ସୁସ୍ଥ ରହିଥାଉ। କୁହାଯାଏ ଦୁଃଖି ଲୋକ ପାଖକୁ ଦୁଃଖର ରାସ୍ତା ସର୍ବଦା ଖୋଲା ଥାଏ ଓ ଯେଉଁ ବୟସରେ ଭେଣ୍ଡିଆ ପୁଅ ରୋଜଗାର କରି ନିଜ ବାପା ମାଆ ଏବଂ ସ୍ତ୍ରୀ ପିଲାଙ୍କ ବୋଝ ଉଠାଇ ଥାଆନ୍ତା ସେହି ବୟସରେ ଯଦି ସେ ପରିବାର ପାଇଁ ବୋଝ ପାଲଟି ଯାଏ ତେବେ ତାର ଦୁଃଖର ବୋଝ ଯେ କେତେ ଓଜନିଆ ହୋଇଥିବ ତାହା ଜଣେ ଅତି ନିକଟରୁ ଦେଖିଲେ ହିଁ ଅନୁଭବ କରିପାରିବ  ।

ଘଟଣା ହେଉଛି ବ୍ରହ୍ମଗିରି ବ୍ଲକ୍ ଧରାଣୀକୁଦି ପଂଚାୟତ ଅନ୍ତର୍ଗତ ଯାଆଁଲା ଗ୍ରାମର ବଂଶୀଧର ପ୍ରଧାନଙ୍କ ପୁତ୍ର ବିବେକାନନ୍ଦ ପ୍ରଧାନଙ୍କ ଯନ୍ତ୍ରଣା ଭରା କାହାଣୀ ଓ ଯାଆଁଳା ଗ୍ରାମର ବିବେକାନନ୍ଦ ପୂର୍ବରୁ ବାଙ୍ଗାଲୁର, ସୁରତ୍ ପ୍ରଭୃତି ଅଞ୍ଚଳରେ ଦାଦନ ଶ୍ରମିକ ଭାବେ କାର୍ୟ୍ୟ କରି ନିଜର ବୃଦ୍ଧ ବାପା ମାଆଙ୍କୁ ସୁଖେ ଦୁଃଖେ ପ୍ରତିପୋଷଣ କରି ଆସୁଥିଲା ଓ କିନ୍ତୁ ଦଇବ ଦାଉ ସାଧିଲା ବିବେକାନନ୍ଦଙ୍କ ଉପରେ ଓ ହଠାତ୍ ବିବେକାନନ୍ଦଙ୍କ ଶରୀର ଅସୁସ୍ଥ ହୋଇ ପଡ଼ିବାରୁ ସେ ଡ଼ାକ୍ତରଖାନାରେ ପରୀକ୍ଷା କରାଇ ଯାହା ଜାଣିଲେ ସେଥିରେ ସେ ନିରାଶାରେ ଭାଙ୍ଗି ପଡିବା ଛଡା ଅନ୍ୟ କୌଣସି ରାସ୍ତା ନଥିଲା ଓ କାରଣ  ପରୀକ୍ଷାରୁ ଜଣା ପଡ଼ିଥିଲା ଯେ ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି ଓ ଏହାପରେ ସେ ଗାଆଁକୁ ଫେରି ଆସି କଟକ ବଡ଼ ମେଡ଼ିକାଲରେ ନିଜର ଚିକିତ୍ସା ଆରମ୍ଭ କରିଥିଲେ  । କିନ୍ତୁ ଧିରେ ଧିରେ ବିବେକାନନ୍ଦଙ୍କ ରୋଗ ବଢିବା ସହିତ ଚିକିତ୍ସା ଖର୍ଚ୍ଚ ଏବଂ ପରିବାର ପ୍ରତିପୋଷଣ ପାଇଁ ନିଜ ଜମିବାଡି,ସୁନା ରୂପା ଅଳଙ୍କାର ବିକ୍ରି କରିବା ସହ ବର୍ତ୍ତମାନ ଶଯ୍ୟାରେ ପଡି ରହି ନିର୍ବାକ ହୋଇଯାଇଛନ୍ତି  । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.