fbpx

CISF ରେ ଦ୍ୱାଦଶ ପାସ୍ ଙ୍କୁ ନିଯୁକ୍ତି ସୁଯୋଗ, ୮୦୦୦୦ ରୁ ଅଧିକ ହେବ ଦରମା: ପଢ଼ନ୍ତୁ ଅଧିକ ବିବରଣୀ

ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋସ (ସିଆଇଏସଫ) ରେ ଚାକିରି କରିବାକୁ ଚାହୁଥିବା ଆଶାୟୀଙ୍କ ପାଇଁ ଭଲ ସୁଯୋଗ । କାରଣ ସିଆଇଏସଏଫ ସ୍ପୋର୍ଟ୍ସ କୋଟା ଅନୁଯାୟୀ ହେଡ୍ କନଷ୍ଟବଳ ପଦବୀରେ ଆବେଦନ ପାଇଁ ବିଜ୍ଞପ୍ତି ଜାରି କରିଛି । ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଆବେଦନ କରିବା ପାଇଁ ଚାହୁଛନ୍ତି ସେମାନେ ଅଫିସିଆଲ ୱେବସାଇଟ୍ କୁ ଯାଇ ଆବେଦନ କରିପାରିବେ । ତେବେ ଆବେଦନ କରିବା ପୂର୍ବରୁ ଭଲଭାବରେ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

ଆବେଦନ ପାଇଁ ଶେଷ ତାରିଖ ମାର୍ଚ୍ଚ ୩୧ ସନ୍ଧ୍ୟା ୫ ପର୍ଯ୍ୟନ୍ତ ରହିଛି । ସିଆଇଏସଏଫ ହେଡ୍ କନଷ୍ଟେବଳ (ଜିଡି)ର ସମୁଦାୟ ୨୪୯ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି । ତେବେ ଆବେଦନ କରୁଥିବା ଆଶୟୀଙ୍କ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ଦ୍ୱାଦଶ ପାସ୍ କରିଥିବା ଆବଶ୍ୟକ ଏବଂ ଏହା ସହ କୌଣସି ସ୍ପୋର୍ଟ୍ସ ଏବଂ ଆଥଲେଟିକ୍ସ ରେ ରାଜ୍ୟ, ରାଷ୍ଟ୍ର କିମ୍ବା ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରତିନିଧିତ୍ୱ କରିଥିବା ଆବଶ୍ୟକ । ଆବେଦନ ପାଇଁ ବୟସ ସୀମା ୧୮ ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଆବେଦନ ପାଇଁ ୧୦୦ ଟଙ୍କା ଫିସ୍ ଦେବାକୁ ହେବ, ମହିଳା ତଥା ଏସସି/ଏସଟି ଆଶାୟୀଙ୍କୁ କୌଣସି ଶୁଳ୍କ ଦେବାକୁ ହେବ ନାହିଁ । ପଦବୀରେ ଦରମା ରହିଛି ୨୫,୫୦୦ ରୁ ୮୧,୧୦୦ ।

ଏହା ଛଡ଼ା ଆଶାୟୀ ସିଧା ଏହି ଲିଙ୍କ ଦ୍ୱାରା ଆବେଦନ କରିପାରିବେ  । https://www.cisf.gov.in/

Get real time updates directly on you device, subscribe now.