fbpx

୧୦୦୦ରୁ କମ୍ ଟଙ୍କାରେ କରନ୍ତୁ ବିମାନ ଯାତ୍ରା, ବାରମ୍ବାର ମିଳେନି ଏଭଳି ଅଫର୍; ଜାଣନ୍ତୁ କିପରି ଉଠାଇବେ ଲାଭ

ନୂଆଦିଲ୍ଲୀ: ହୋଲି-ଦୀପାବଳୀ ଭଳି ଗଣତନ୍ତ୍ର ଦିବସରେ ମଧ୍ୟ ବିଭିନ୍ନ କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏକାଧିକ ଅଫର୍ ଦେଇଥାନ୍ତି । ତେବେ ଗଣତନ୍ତ୍ର ଦିବସ ଅବସରରେ କମ୍ପାନୀର ବିକ୍ରି ବଢ଼ାଇବା ପାଇଁ ଅଫର୍ ଉପରେ ଅଫର୍ ଦେଇଥାନ୍ତି ଏକାଧିକ କମ୍ପାନୀ । ଏହି କ୍ରମରେ ବିମାନ କମ୍ପ୍ରାନୀ ମଧ୍ୟ ପଛରେ ନାହିଁ । ଘରୋଇ ଏଭିଏସନ୍ କମ୍ପାନୀ ଗୋ ଫାର୍ଷ୍ଟ ଅଧିକରୁ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିମାନ ଟିକେଟର ଦାମ୍ ହ୍ରାସ କରିଛି । ଗୋ ଫାର୍ଷ୍ଟ ଗଣତନ୍ତ୍ର ଦିବସ ଅବସରରେ ଫ୍ଲାଏ ନାମକ ଏକ ଅଫର୍ ଆରମ୍ଭ କରିଛି । ଏହା ଅଧୀନରେ ଗ୍ରାହକ ମାନେ ଖୁବ୍ କମ୍ ଦାମ୍ ରେ ବିମାନରେ ଯାତ୍ରା କରିପାରିବେ ।

ଗୋ ଫାର୍ଷ୍ଟ ଏୟାରଲାଇନ୍ସର ରିପବ୍ଲିକ୍ ଡେ ଅଫର୍ ରେ ଟିକେଟର ପ୍ରାରମ୍ବିକ ଦାମ୍ ୯୨୬ ଟଙ୍କାରୁ ଆରମ୍ଭ ହେଉଛି । ତେବେ ଏହି ଅଫର୍ ର ମଜା ନେବା ପାଇଁ ଗ୍ରାହକ ମାନଙ୍କୁ ଜାନୁଆରୀ ୨୨ରୁ ୨୬ ତାରିଖ ମଧ୍ୟରେ ଟିକେଟ୍ ବୁକିଂ କରିବାକୁ ପଡ଼ିବ । ଏଥିରେ ଆପଣ ୧୫ କିଲୋ ପର୍ଯ୍ୟନ୍ତ ଜିନିଷ ନେଇପାରିବେ । ଗୋ ଫାର୍ଷ୍ଟ ଅନୁସାରେ, ରିପବ୍ଲିକ୍ ଡେ ଅଫର୍ କେବଳ ଘରୋଇ ଟିକେଟ୍ ଉପରେ ଲାଗୁ ହେବ । ଅନ୍ତର୍ଜାତୀୟ ଉଡାଣରେ କୌଣସି ଅଫର୍ ଲାଗୁ ହେବ ନାହିଁ । ଏନେଇ ଟୁଇଟ୍ କରି ଗୋ ଫାର୍ଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.