fbpx

ଅନଲାଇନରେ ଖୋଲିପାରିବେ PPF ଆକାଉଣ୍ଟ, ଜାଣନ୍ତୁ କିପରି ଓ ଏହାର ଫାଇଦା

ନୂଆଦିଲ୍ଲୀ: ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ ସେଭିଂ ସହିତ ସୁରକ୍ଷିତ ନିବେଶର ସବୁଠାରୁ ଲୋକପ୍ରିୟ ଉପକରଣ । ଭାରତୀୟ ବଜାରରେ ନିବେଶ ପାଇଁ ଅନେକ ବିକଳ୍ପ ଉପଲବ୍ଧ ହେଲାଣି, ମାତ୍ର ଏବେ ମଧ୍ୟ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ସାଧାରଣ ଲୋକଙ୍କର ପ୍ରଥମ ପସନ୍ଦ ହୋଇ ରହିଛି। ଏହି ଫଣ୍ଡରେ ନିବେଶ ଉପରେ ବର୍ତ୍ତମାନ ୭.୧% ହାରରେ ରିଟର୍ଣ୍ଣ ମିଳୁଛି । ଏହି ଯୋଜନାରେ ମାଚ୍ୟୁରିଟି ୧୫ ବର୍ଷ ରହିଛି ଓ ଏହା ପରେ ଆପଣ ୫-୫ ବର୍ଷ ପାଇଁ ପିପିଏଫ୍ ଆକାଉଣ୍ଟକୁ ବିସ୍ତାର କରିପାରିବେ । ପିପିଏଫରେ ଟ୍ୟାକ୍ସ ସୁବିଧା ବି ରହିଛି । ଏଭଳି ପରିସ୍ଥିତିରେ ଲୋକମାନେ ଏହି ଫଣ୍ଡରେ ବହୁ ପରିମାଣରେ ନିବେଶ କରିଥାନ୍ତି । ଆପଣ କୌଣସି ପବ୍ଲିକ ସେକ୍ଟର ବ୍ୟାଙ୍କ ବା ବଡ଼ ପ୍ରାଇଭେଟ ବ୍ୟାଙ୍କ ଓ ପୋଷ୍ଟ ଅଫିସରେ ପିପିଏଫ୍ ଆକାଉଣ୍ଟ ଖୋଲିପାରିବେ । ଏବେ ଆପଣ ଘରେ ବସି ବି ପିପିଏଫ୍ ଆକାଉଣ୍ଟ ଖୋଲିପାରିବେ ।

ତେବେ ଆସନ୍ତୁ ଜାଣିବା ଅନଲାଇନରେ PPF ଆକାଉଣ୍ଟ ଖୋଲିବାର ପ୍ରୋସେସ୍:

୧- ପ୍ରଥମେ ବ୍ୟାଙ୍କର ନେଟ୍ ବ୍ୟାକିଙ୍ଗକୁ ଲଗଇନ କରନ୍ତୁ ।
୨- ଏବେ ପିପିଏଫ୍ ଆକାଉଣ୍ଟ ଖୋଲିବା ପାଇଁ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।
୩- କିଛି ବ୍ୟାଙ୍କ ଆପଣଙ୍କୁ ସ୍ୱୟଂ ବା ନାବାଳକର ଏକ ଅପସନକୁ ସିଲେକ୍ଟ କରିବାକୁ କୁହାଯିବ । ଆପଣ ନିଜ ପାଇଁ ଉପଯୁକ୍ତ ବିକଳ୍ପ ଚୟନ କରନ୍ତୁ ।
୪- ଆପଣ ନୋମିନି ତଥ୍ୟ, ବ୍ୟାଙ୍କ ତଥ୍ୟ ଭଳି ବିବରଣୀ ଦିଅନ୍ତୁ ।
୫- ଏବେ ଆପଣଙ୍କ ସାମ୍ନାକୁ ଆପଣଙ୍କ ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର ବା ଅନ୍ୟ ତଥ୍ୟ ଆସିପାରେ । ସମସ୍ତ ତଥ୍ୟକୁ ଠିକ୍ ଭାବେ ଯାଞ୍ଚ କରନ୍ତୁ ।
୬- ତଥ୍ୟ ଏଣ୍ଟ କରିବା ପରେ ଆପଣ ପିପିଏଫ୍ ଆକାଉଣ୍ଟରେ ଜମା କରିବାକୁ ଚାହୁଁଥିବା ରାଶି ଏଣ୍ଟର କରନ୍ତୁ ।
୭- ଅଲଗା ଅଲଗା ବ୍ୟାଙ୍କର ପ୍ରୋସେସ୍ ଅଲଗା ହୋଇଥାଏ । ଏପରି ପରିସ୍ଥିତିରେ ଆପଣଙ୍କୁ ଓଟିପି ବା ପଞ୍ଜୀକୃତ ପାସୱାର୍ଡ ସହିତ କାରବାରକୁ ଭେରିଫାଇ କରିବାକୁ ପଡିପାରେ ।
୮- ସମସ୍ତ ଷ୍ଟେପ ପୂରଣ ହେବା ପରେ ପିପିଏଫ୍ ଆକାଉଣ୍ଟ ଖୋଲିଯିବ ।

Get real time updates directly on you device, subscribe now.