fbpx

(Video) ତପସ୍ୱିନୀ ସୁମିତ ବିବାଦ: ଆପୋଷ ବୁଝାମଣାରେ ସମାଧାନରେ ହୋଇପାରିବ ସମାଧାନ, କହିଲେ ସମାଜସେବୀ

ବହୁଚର୍ଚ୍ଚିତ ତପସ୍ୱିନୀ ଓ ଡାକ୍ତର ସୁମିତ ବିବାଦ ମାମଲାର ଘଟୁନାହିଁ ଅନ୍ତ । କୋର୍ଟଙ୍କ ନିଷ୍ପତ୍ତି ପରେ ତପସ୍ୱିନୀ ସୁମିତଙ୍କ ବ୍ରହ୍ମାନଗର ସ୍ଥିତି ବାସ ଭବନରେ ପ୍ରବେଶ କରିଥିଲେ ମଧ୍ୟ ଏହି ମାମଲାର ସମାଧାନ ହୋଇପାରିନାହିଁ । ଏହାରି ମଧ୍ୟରେ ତପସ୍ୱିନୀ ଓ ସୁମିତଙ୍କ ମିଳନର ବାଟ ବାହାର କଲେ ସମାଜାସେବୀ ସରିତା ପଣ୍ଡା ।

ସମାଜସେବୀ କହିଛନ୍ତି ତପସ୍ୱିନୀ ଓ ସୁମିତଙ୍କ ମଧ୍ୟରେ ଥିବା ବିବାଦର ଆପୋଷ ବୁଝାମଣାରେ ସମାଧାନ ହୋଇପାରିବ । ଯଦି ତପସ୍ୱିନୀ ଓ ସୁମିତଙ୍କ ମିଳନର ୫ ପ୍ରତିଶତ ଯଦି ସତ ଥାନ୍ତା ତାହେଲେ ଆବଶ୍ୟକ ପଡିନଥାନ୍ତା କଳା କୋର୍ଟ ପିନ୍ଧା ଓକିଲ ମାନଙ୍କର । କାହିଁକି ନା ପ୍ରଥମରୁ ହିଁ ଭଭୟଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଛି । ଉଭୟ ଯଦି ଶୃଙ୍ଖଳା ଚାହୁଁଛନ୍ତି ତାହେଲେ ପରସ୍ପର ମଧ୍ୟରେ କଥା ହେବା ଆବଶ୍ୟକ । ଆଉ କଥା ହେଲେ ବାହାରିବ ସମାଧାନର ବାଟ । ଆଉ ବାଟ ବାହାରିଲେ ମିଶିବ ମନ ଆଉ ମନ ମିଶିଲେ ମିଶିବେ ପରିବାର । ତେବେ ସବୁକିଛି ଭୁଲିଯାଇ ଉଭୟ ସାମ୍ନା ସାମ୍ନ୍ନି ହୋଇ କରିବେ କି ଆଲୋଚନା । ଅବୁଝା ସୁମିତଙ୍କୁ ବୁଝେଇବା କି ତପସ୍ୱିନୀ । ଯେଉଁ ପ୍ରେମରୁ ସଂପର୍କ ଆରମ୍ଭ କରିଥିଲେ ସେହି ପ୍ରେମରେ ରହିବେ କି ତପସ୍ୱିନୀ ଆଉ ସୁମିତ । କିଏ ସାହସ କରିବ ଉଭୟ ପ୍ରେମ ସଂପର୍କର ସେତୁ ହେବା ପାଇଁ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.