ଗ୍ଲାମର କୁଇନ୍ ହେବେ ସରପଞ୍ଚ: ଘରକୁ ଘର ବୁଲି ଭୋଟ୍ ମାଗୁଛନ୍ତି ସୁନ୍ଦରୀ, ଦେଖନ୍ତୁ ଭିଡ଼ିଓ

ବଲାଙ୍ଗିର(ଓଡ଼ିଶା ଭାସ୍କର): ପଞ୍ଚାୟତ ରାଜନୀତି ପାଇଁ ଉଠୁଛି ପଡୁଛି ଗାଁ ରାଜନୀତି । ପଞ୍ଚାୟତ ନିର୍ବାଚନ ପାଇଁ ଏଥର ବିଭିନ୍ନ ପ୍ରାଥି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏଥର କିଏ ଚାକିରିଆ ତ କିଏ ଉଚ୍ଚଶିକ୍ଷିତ ପଞ୍ଚାୟତ ନିର୍ବାଚନରେ ପରାକ୍ରମ ଦେଖାଇବାକୁ ନିର୍ବାଚିନି ମଇଦାନକୁ ଓହ୍ଲାଇଛନ୍ତି । ତେବେ ଏଥର ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇଛନ୍ତି ଜଣେ ସୁନ୍ଦରୀ ମଡେଲ । ସେହି ସୁନ୍ଦରୀ ମଡେଲ ଜଣଙ୍କ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ପଞ୍ଚାୟତର ପ୍ରିୟଙ୍କା ନନ୍ଦ ।

ଏବେ ଚୁଡାପାଲି ପଞ୍ଚାୟତଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କାରଣ ଏଠାରେ ସରପଞ୍ଚ ପ୍ରାର୍ଥୀନୀ ହୋଇଛନ୍ତି ଜଣେ ଗ୍ଲାମର କୁଇନ୍ । ମଧ୍ୟପ୍ରଦେଶର ଭୋପାଳରେ ଜଣେ ପ୍ରୋଫେସନାଲ ମଡେଲ ଥିବା ପ୍ରିୟଙ୍କା ନନ୍ଦ ଏବେ ଚୁଡାପାଲି ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀନୀ ହୋଇଛନ୍ତି । ଢୁଲୁୁସର ଗାଁର ପ୍ରିୟଙ୍କା ମଡେଲିଂରୁ ଆସି ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ।

ସୂଚନା ଅନୁଯାୟୀ ପ୍ରିୟଙ୍କା ଓ ତାଙ୍କ ବଡ଼ ଭଉଣୀ ଶ୍ୱେତା ଢୁଲୁୁସର ଗାଁରେ ଜନ୍ମ ଗ୍ରହଣ କରିଛନ୍ତି । ଉଭୟ ପ୍ରାଥିମିକ ଶିକ୍ଷା ପରେ ବାହାରେ ରହି ପାଠ ପଢୁଥିଲେ । ଉଚ୍ଚ ଶିକ୍ଷା ପରେ ପ୍ରିୟଙ୍କା ୨୦୧୫ ମସିହାରେ ମୋଡେଲିଙ୍ଗରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ । ଆଉ ସେହି ବର୍ଷହିଁ ଜାତୀୟ ସ୍ତରର ସୁନ୍ଦରୀ ପ୍ରତିଯୋଗିତାରେ ମିସ ଫୋଟୋଜନିକ ହୋଇଥିଲେ । ୨୦୨୦ ମସିହାରେ ପ୍ରିୟଙ୍କା ଇଣ୍ଡିଆନ ଷ୍ଟିଲର ଆଇକନ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଥିଲେ । ବର୍ତ୍ତମାନ ସେ ଅନେକ ନାମୀଦାମୀ ବ୍ରାଣ୍ଡ ସହିତ କାମ କରୁଛନ୍ତି । ପ୍ରିୟଙ୍କା ନିଜ ଗାଁର ବିକାଶ ପାଇଁ ପଞ୍ଚାୟତ ନିର୍ବାଚନ ମଇଦାନକୁ ଓଲ୍ଲାଇଛନ୍ତି । ପ୍ରିୟଙ୍କା କହିଛନ୍ତି ମୁଁ ବାହାରେ ରହି ପାଠ ପଢ଼ିଛି, ବାହାରେ ଯେଉଁ ସୁବିଧା ଆଛି ତାହା ଆମ ଗାଁରେ ନାହିଁ । ତେଣୁ ନିଜ ଗାଁ ତଥା ପଞ୍ଚାୟତ ଉନ୍ନତି କରିବା ପାଇଁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା କହିଛନ୍ତି ପ୍ରିୟଙ୍କା ।

ପୁରା ପରିବାର ପ୍ରିୟଙ୍କାକୁ ସମର୍ଥନ ଦେବାକୁ ନିଷ୍ପତ୍ତି କରିଛନ୍ତି । ପ୍ରିୟଙ୍କା ମାଛ ଚିହ୍ନରେ ସରପଞ୍ଚ ପଦ ପାଇଁ ପ୍ରାଥି ହୋଇଛନ୍ତି । ଗାଁକୁ ଗାଁ ବୁଲି ପ୍ରଚାର କରୁଛନ୍ତି ତାଙ୍କ ସହ ତାଙ୍କ ବଡ ଭଉଣୀ ଶ୍ୱେତା ମଧ୍ୟ ଷ୍ଟାର ପ୍ରଚାରକ ଭାବେ ମଇଦାନକୁ ଓହ୍ଲାଇଛନ୍ତି । ଜଣେ ପ୍ରାର୍ଥୀନୀ ଏବଂ ଜଣେ ଷ୍ଟାର ପ୍ରାଚରକ, ଦୁଇ ଦୁଇ ଜଣ ଗ୍ଲେମର ଗାର୍ଲସଙ୍କ ଗାଁ ରାଜନୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା ।