fbpx
BSKY SKY
BSKY SKY

୬୦ ମହଲା କୋଠାରେ ଆତ୍ମହତ୍ୟା କଲେ ମହିଳା: ୨୦୧୯ରେ ଜିତିଥିଲେ ମିସ୍ ୟୁଏସ୍ଏ ଟାଇଟଲ

BSKY

ନୂଆଦିଲ୍ଲୀ:୨୦୧୯ ମସିହାରେ ମିସ୍ ୟୁଏସଏ ଟାଇଟଲ ବିଜୟୀ ହୋଇଥିବା ଚେଲସୀ କ୍ରିଷ୍ଟ ଆତ୍ମହତ୍ୟା କରିଛନ୍ତି । ଡେଲିମେଲର ଖବର ଅନୁଯାୟୀ ଚେଲସୀ ୬୦ ମହଲା ବିଶିଷ୍ଟ କୋଠାର ୨୯ ତମ ମହଲାରେ ରହୁଥିଲେ । ୬୦ ମହଲା ଆପାର୍ଟମେଣ୍ଟର ୨୯ତମ ମହଲାରୁ ତଳକୁ ଡେଇଁ ଆତ୍ମହତ୍ୟାର ରାସ୍ତା ଆପଣେଇ ନେଇଛନ୍ତି । ୨୦୨୦ରେ ମିସ ୟୁନିଭର୍ସ ଜିତିଥିବା ଚେଲ୍ସୀ ଚଳିତ ବର୍ଷ ହରନାଜ ସାନ୍ଧୁଙ୍କୁ କ୍ରାଉନ ପିନ୍ଧାଇଥିଲେ । ଏପରିକି ସାନ୍ଧୁଙ୍କ ବ୍ୟାକଷ୍ଟେଜ ଇଣ୍ଟରଭ୍ୟୁ ନେବା ବେଳର ଦୁଇଟି ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥିଲେ ।

୩୦ ବର୍ଷୀୟା ଚେଲ୍ସୀ ମାନହାଟ୍ଟନରେ ରହିଥିବା ନିଜର ଆପାର୍ଟମେଣ୍ଟରୁ ତଳକୁ ଡେଇଁ ପଡିଥିଲେ । ଆମେରିକୀୟ ସମୟ ୭.୧୫ରେ ଚେଲସୀ ଆତ୍ମହତ୍ୟା କରିଥିଲେ । ତେବେ କେଉଁ କାରଣରୁ ଚେଲ୍ସୀ ଆତ୍ମହତ୍ୟା କଲେ ତାହା ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ । ପୋଲିସ ଚେଲସୀଙ୍କ ଘରୁ କୌଣସି ସୁଇସାଇଡ ନୋଟ୍ ମଧ୍ୟ ଜବତ କରିନାହିଁ । ମିସ୍ ୟୁଏସଏ ହେବା ପୂର୍ବରୁ ପେଶାରେ ସେ ଜଣେ ଓକିଲ ରହିଥିଲେ । ଏହା ସହିତ ପରବର୍ତ୍ତୀ ସମୟରେ ଏକ୍ସ୍ଟ୍ରା ନାମକ ଶୋର ନ୍ୟୁଜ ଆଙ୍କର ପାଲଟି ଯାଇଥିଲେ ।

Get real time updates directly on you device, subscribe now.