fbpx

(Video) ଅସଲି ନାଁ ରେ ନକଲି ମଦ: ଚଢ଼ାଉରେ ଜବତ ହେଲା ୪ ଲକ୍ଷ ଟଙ୍କାର ନକଲି ବିଦେଶୀ ମଦ

ବୋତଲ ଅସଲି, ମାଲ୍ ନକଲି । ବ୍ରାଣ୍ଡ ଆଉ ଲୋଗୋ ବି ନାମୀ ଦାମୀ ବିଦେଶୀ ମଦର । ମାତ୍ର ଭିତରେ ଥିବା ମଦ ସମ୍ପୂର୍ଣ୍ଣ ନକଲି ଓ ଅପମିଶ୍ରିତ। ପଞ୍ଚାୟତ ନିର୍ଵାଚନକୁ ଆଖିରେ ରଖି ଗାଁ ଗଣ୍ଡାରେ ନକଲି ବିଦେଶୀ ମଦର ଜାଲ ଵିଛା ସରିଲାଣି । କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ୍ ଵିପୁଳ ପରିମାଣର ନକଲି ବିଦେଶୀ ମଦ ଜଵତ୍ ପରେ ଏଭଳି ଘଟଣା ନଜରକୁ ଆସିଛି।

ସୂଚନା ଅନୁଯାୟୀ, ରବିବାର ଯାଜପୁରର ଚଢେଇଧରା ନିକଟରେ ଚଢ଼ାଉ କରି ପ୍ରାୟ ୪ଲକ୍ଷ ଟଙ୍କାର ନକଲି ଵିଦେଶୀ ମଦ ଜଵତ କରିଛି ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡ୍ । ଯାଜପୁର ଓ ଢେଙ୍କାନାଳ ସୀମାରେ ଏହି ନକଲି ଵିଦେଶୀ ମଦ ତିଆରି ହେଉଥିବା ଅଵକାରୀ ଵିଭାଗ ତରଫରୁ କୁହାଯାଇଛି। ଜଵତ ମଦରେ ନକଲି ସିଲ୍ ସହ ମଦରେ ଯାଵତୀୟ ଆଵର୍ଜନା ଭାସୁଥିବା ଦେଖାଯାଇଛି । ଗୋଟିଏ କାର ଏହି ମଦକୁ ଭୁବନରୁ ଚଣ୍ଡିଖୋଲ ଚାଲାଣ କରାଯାଉଥିଲା ।

Get real time updates directly on you device, subscribe now.