ଲକ୍ଷ୍ନୌ ସୁପର୍‌ ଜିଆଣ୍ଟ୍‌ ଫ୍ରାଞ୍ଚାଇଜ୍‌ର ଲୋଗୋ ଉନ୍ମୋଚିତ, ଲୋଗୋରେ ଗରୁଡ଼ ପକ୍ଷୀ ସହ ତ୍ରୀରଙ୍ଗାର ରହିଛି ଛଲକ

ଲକ୍ଷ୍ନୌ: ଚଳିତ ବର୍ଷ ଆଇପିଏଲରେ ନୂତନ ଭାବେ ସାମିଲ ହୋଇଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ ଫ୍ରାଞ୍ଚାଇଜର ଲୋଗୋ ଉନ୍ମୋଚିତ ହୋଇ ଯାଇଛି । ପୌରାଣିକ ଯୁଗର ଗରୁଡ଼ ପକ୍ଷୀକୁ ଫ୍ରାଞ୍ଚାଇଜର ଲୋଗୋ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟ ।

ଏ ସମ୍ପର୍କରେ ଫ୍ରାଞ୍ଚାଇଜ କହିଛି ଯେ ଭଗବାନ ବିଷ୍ନୁଙ୍କର ବାହନ ହେଉଛି ଗରୁଡ଼ ପକ୍ଷୀ । ଏହି ପକ୍ଷୀ ଅତି ଶକ୍ତଶାଳୀ ଏବଂ ଏହା ସହଜରେ ଚାରିଆଡେ ଭ୍ରମଣ କରି ପାରିବ । ତେଣୁ ଏହି ପକ୍ଷୀର ବୈଶ୍ୟଷ୍ଟ ଆମକୁ ବିଶେଷ ପ୍ରେରଣା ଦେଇଛି । ଭାରତୀୟ ସଂସ୍କୃତିରେ ଗରୁଡ ପକ୍ଷୀର ଅନେକ ମହତ୍ୱ ବହନ କରିଥାଏ । ଏହା ସହିତ ସବୁଠାରେ ଗୁରୁଡ ପକ୍ଷୀ ବିଦ୍ୟମାନ । ଫ୍ରାଞ୍ଚାଇଜ ଲୋଗୋରେ ଗରୁଡ ପକ୍ଷୀକୁ ବିଭିନ୍ନ ରଙ୍ଗରେ ଚିତ୍ରଣ କରା ଯାଇଛି । ପକ୍ଷୀର ଦେହକୁ ନୀଳ ରଙ୍ଗରେ ତିଆରି ଏକ ବ୍ୟାଟରେ ସଜ୍ଜିତ କରା ଯାଇଛି । ଏହା କ୍ରିକେଟର ଗୁରୁତ୍ୱ ବହନ କରିଥାଏ । ସେହିପରି ଉପରି ଭାଗରେ କମଳା ରଙ୍ଗର ସିମ ସହିତ ଏକ ନାଲି ରଙ୍ଗର ବଲ ରଖା ଯାଇଛି । ଏହା ଜୟ ତିଳକକୁ ପ୍ରତିପାଦିତ କରିଥାଏ । ଏହି ଲୋଗୋ ଭଲ ପ୍ରଦର୍ଶନ ପାଇଁ ଖେଳାଳିଙ୍କୁ ବିଶେଷ ପ୍ରେରଣା ଯୋଗାଇବ ।

ସୂଚନା ଯୋଗ୍ୟ ଯେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଓପନିଂ ବ୍ୟାଟର ଗୌତମ ଗମ୍ଭୀର ଏହି ଫ୍ରାଞ୍ଚାଇଜର ମେଣ୍ଟର , ପୂର୍ବତନ ଜିମ୍ବାୱେ କ୍ରିକେଟ ଅଧିନାୟକ ଆଣ୍ଡି ଫ୍ଲାୱାର ମୁଖ୍ୟ କୋଚ ଓ କେ ଏଲ ରାହୁଲ ଅଧିନାୟକ ନିଯୁକ୍ତ ହୋଇଛନ୍ତି ।