fbpx
BSKY
BJD YOUTH SKY
BJD MS SKY

୨୦୨୨-୨୩ ଆର୍ଥିକ ବର୍ଷ ବଜେଟରୁ ଓଡ଼ିଶା କଣ ରଖିଛି ଆଶା?

ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟରୁ ଓଡ଼ିଶା ଅନେକ କିଛି ଆଶା ରଖିଛି । ଗତବର୍ଷ ଡିସେମ୍ବର ମାସ ୩୦ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଭିନ୍ନ ରାଜ୍ୟର ଅର୍ଥମନ୍ତ୍ରୀ ମାନଙ୍କ ସହିତ ପ୍ରାକ୍ ବଜେଟ ଆଲୋଚନା କରିଥିଲେ । ତେବେ ଏଥିରେ ଓଡିଶାର ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଅଂଶଗ୍ରହଣ କରି ରାଜ୍ୟର ଏକାଧିକ ପ୍ରସ୍ତାବକୁ ବଜେଟରେ ସାମିଲ କରିବାକୁ କହିଥିଲେ । ଓଡ଼ିଶାକୁ ପ୍ରାଥମିକତା ଦେବା ପାଇଁ ବଜେଟ ପାଣ୍ଠି ଆବଣ୍ଟନରେ ସେ ଦାବି ରଖିଥିଲେ । ସାମଗ୍ରୀ ଓ ସେବା ଟିକସ ବା ଜିଏସ୍‌ଟି ଅନ୍ତର୍ଗତ କ୍ଷତିପୂରଣ ପ୍ରଦାନକୁ ଆଉ ୫ ବର୍ଷ ବଢ଼ାଇବା ତଥା ବକେୟା ରହିଥିବା ରାଶିକୁ ପ୍ରଦାନ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

କୋଭିଡ୍‌ ମହାମାରୀ ଯୋଗୁଁ ଏକାଧିକ ରାଜ୍ୟର ଅର୍ଥନୀତି ପ୍ରଭାବିତ ହୋଇଥିବା ବେଳେ ଓଡ଼ିଶା ମଧ୍ୟ ଅନେକ କ୍ଷତି ସହିଥିଲା । ତେବେ ଏହି ଦୁର୍ବଳ ଅର୍ଥନୀତିକୁ ପୁଣିଥରେ ସଜାଡିବା ପାଇଁ ରାଜ୍ୟକୁ ଏହାର ତତ୍କାଳ ଆବଶ୍ୟକତା ଥିବାର ବୈଠକରେ ଅବଗତ କରାଯାଇଥିଲା । ରାଜ୍ୟର ପ୍ରତି ପଞ୍ଚାୟତରେ ପ୍ରତ୍ୟକ୍ଷ ବ୍ୟାଙ୍କ ଶାଖାା ଖୋଲିବା, ରାଜ୍ୟର ଅନଗ୍ରସର ଅଞ୍ଚଳରେ ଇଣ୍ଟରନେଟ ଓ ଟେଲି ଯୋଗାଯୋଗ ପ୍ରକଳ୍ପ ଏବଂ ଜାତୀୟ ରାଜପଥର ନର୍ମାଣ ଓ ରକ୍ଷଣାବେକ୍ଷଣ ପାଇଁ ପର୍ୟ୍ୟାପ୍ତ ପାଣ୍ଠିର ବ୍ୟବସ୍ଥା କରିବାକୁ ସେ ପ୍ରସ୍ତାବ ଦେଇଥିଲେ ନିରଞ୍ଜନ ।

କେନ୍ଦ୍ର ବଜେଟରେ ଓଡିଶାକୁ ରେଳ ବିକାଶ ବାବଦରେ କେ‌ତେ ‌ପରିମାଣର ବଜେଟ ବ୍ୟବସ୍ଥା କରାଯିବ ତାହା ଉପରେ ସମସ୍ତଙ୍କର ନଜର ରହିବ। ଓଡିଶାରେ ଚାଲୁ ରହିଥିବା ଏବଂ ନୂତନ ଭାବେ ହାତକୁ ନିଆଯାଇଥିବା ରେଳ ପ୍ରକଳ୍ପର କାର୍ଯ୍ୟ ଶେଷ କରିବା ପାଇଁ ପର୍ଯ୍ୟାପ୍ତ ବଜେଟ ବ୍ୟବସ୍ଥା କରିବାକୁ ଶ୍ରୀ ପୂଜାରୀ ଦାବି କରିଥିଲେ। ୨୦୨୧-୨୨ ରେଳ ବଜେଟରେ ଓଡିଶା ପାଇଁ ୬୯୯୫.୫୮ କୋଟି ଟଙ୍କା ମଂଜୁର କରାଯାଇଥିଲା । କେନ୍ଦ୍ରରେ ଅଶ୍ବିନୀ ବୈଷ୍ନବ ରେଳ ମନ୍ତ୍ରୀ ଥିବାରୁ ଏଥର ଓଡିଶାକୁ ରେଳ ବଜେଟରେ ଅନୁଦାନ ରାଶି ବୃଦ୍ଧି ପାଇବା ନେଇ ବିଭିନ୍ନ ମହଲରେ ଆଶା କରାଯାଉଛି।

 

Get real time updates directly on you device, subscribe now.