fbpx

ଚାଷୀ ହେବେ ମାଲାମାଲ୍! ବଜେଟରେ ପିଏମ କିଷାନର ଟଙ୍କା ବୃଦ୍ଧିକୁ ନେଇ ହୋଇପାରେ ବଡ଼ ଘୋଷଣା

AAKASH

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ନିଜ ଦ୍ୱିତୀୟ କାର୍ଯ୍ୟକାଳର ଚତୁର୍ଥ ବଜେଟ୍ ଉପସ୍ଥାପନ କରିବେ । ସାଧାରଣ ଜନତାଙ୍କୁ ଏହି ବଜେଟ ଉପରେ ଅନେକ ଆଶା ରହିଛି । ୨୦୨୧ରେ ମୁଦ୍ରାସ୍ପୀତି ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଏଭଳି ପରିସ୍ଥିତିରେ ଲୋକମାନେ ବଜେଟରେ ସରକାରଙ୍କଠାରୁ କିଛି ଛାଡ଼୍ ପାଇବାର ଆଶା ରଖିଛନ୍ତି ।

କୁହାଯାଉଛି ଯେ, କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ପିଏମ କିଷାନ ସମ୍ମାନ ନିଧି ସହ ଜଡ଼ିତ କିଛି ବଡ଼ ଘୋଷଣା କରିପାରନ୍ତି । ଯଦି ଆପଣ ଏହାର ହିତାଧିକାରୀ ଅଟନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ । ଖବର ମୁତାବକ, ଆଗାମୀ ବଜେଟ୍ ୨୦୨୨ରେ କେନ୍ଦ୍ର ସରକାର ପିଏମ କିଷାନ ସମ୍ମାନ ନିଧି ଯୋଜନାରେ ବର୍ଷକୁ ମିଳୁଥିବା ୬ ହଜାର ଟଙ୍କାରେ ବୃଦ୍ଧି କରିପାରନ୍ତି । ଏହାକୁ ନେଇ ପୂର୍ବରୁ ବି ବହୁଥର ଦାବି କରାଯାଇଥିଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା କୌଣସି ଘୋଷଣା କରାଯାଇନାହିଁ । ଏହି ବଜେଟରେ ପିଏମ କିଷାନ ସମ୍ମାନ ନିଧିର ବାର୍ଷିକ ରାଶି ବଢ଼ିବାର ଆଶା ରଖିଛି ।

ତେବେ ବର୍ତ୍ତମାନ ସୁଦ୍ଧା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ୧୦ମ କିସ୍ତି ଜାନୁଆରୀ ୧ ରେ ଟ୍ରାନ୍ସଫର ହୋଇସାରିଛି । ଏବେ କୃଷକମାନେ ୧୧ତମ କିସ୍ତିକୁ ଅପେକ୍ଷା କରିଛନ୍ତି । ପ୍ରଧାମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ କେନ୍ଦ୍ର ସରକାର ଦେଶର ଚାଷୀମାନଙ୍କ ଆକାଉଣ୍ଟକୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ଟ୍ରାନ୍ସଫର କରୁଛନ୍ତି । ପ୍ରତି ୪ ମାସରେ ୨୦୦୦ ଟଙ୍କା ଲେଖାଏଁ ଚାଷୀଙ୍କ ଆକାଉଣ୍ଟକୁ ପଠାଯାଉଛି । ପିଏମ କିଷାନ ନିଧିର ୧୦ମ କିସ୍ତି ଚଳିତ ବର୍ଷ ଜାନୁଆରୀ ୧ରେ ଆସିଥିଲା । ସେହି ହିସାବରେ ୧୧ତମ କିସ୍ତି ଅପ୍ରେଲର ପ୍ରଥମ ସପ୍ତାହରେ ଆସିବାର ଆଶଙ୍କା ରହିଛି ।

Get real time updates directly on you device, subscribe now.