fbpx

ସେୟାର ବଜାରରେ କରୋନା ପ୍ରଭାବ, ଆଜି ବି ହ୍ରାସ ପାଇଛି ସେନସେକ୍ସ

ନୂଆଦିଲ୍ଲୀ, ୧୩ା୩: ପୁଣିଥରେ ଦ୍ୱିତୀୟ ଦିନ ପାଇଁ ହୋହଲିଛି ସେୟାର ବଜାର । କରୋନା ପ୍ରଭାବରେ ସେୟାର ବଜାରରେ ଆଜି ବି ସେନସେକ୍ସ କମିଛି । ୩୦୦୦ ପଏଣ୍ଟ ତଳକୁ ସେନସେକ୍ସ ଖସିଛି । ଏହାସହ ନିଫ୍ଟିରେ ୯୦୦ ପଏଣ୍ଟ ହ୍ରାସ ହୋଇଛି । ୯୦୦୦ ପଏଣ୍ଟ ତଳେ କାରବାର ଶେଷ ହୋଇଛି । ୪୫ମିନିଟ୍ ପାଇଁ କାରବାର ବନ୍ଦ ହୋଇଥିବା ସୂଚନା ମିଳିଛି । ୧୨ବର୍ଷ ପରେ ୪୫ମିନିଟ୍ ପାଇଁ କାରବାର ବନ୍ଦ ହୋଇଛି । ମେ ୨୦୦୮ରେ କିଛି ସମୟ ପାଇଁ କାରବାର ବନ୍ଦ ହୋଇଥିବା ସୂଚନା ରହିଛି ।

Get real time updates directly on you device, subscribe now.