fbpx

ବିଦେଶୀ ମଦ ବୋଝେଇ ପିକଅପ୍‌ ଭ୍ୟାନ୍‌ ଲୁଟ୍‌ ଘଟଣା:୧୨ଲକ୍ଷ ଟଙ୍କାର ମଦ ଜବତ, ୫ ଗିରଫ

କଟକ(ଭାସ୍କର ନ୍ୟୁଜ୍‌): ଗତ ୨୭ ତାରିଖରେ ଜଗତପୁର ଥାନା ଅଧିନସ୍ତ ବିରୂପାନଦୀ ବନ୍ଧ ପାର୍ଶ୍ୱ ନୂଆସାହି ରାସ୍ତାରେ ହୋଇଥିବା ବିଦେଶୀ ମଦ ବୋଝେଇ ପିକଅପ୍‌ ଭ୍ୟାନ ଲୁଟ୍‌ ଘଟଣାରେ ପୋଲିସ୍‌ ୫ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କ ନିକଟରୁ ପୋଲିସ୍‌ ୧୫୭ କାର୍ଟୁନ୍‌ ବିଦେଶୀ ମଦ, ଲୁଟ୍‌ ହୋଇଥିବା ପିକପ୍‌ ଗାଡି, ଲୁଟରେ ବ୍ୟବହୃତ ୨ଟି ବାଇକ୍‌ ସହ ୩ଟି ମୋବାଇଲ ଫୋନ୍‌ ଜବତ କରିଛି । ଏଥିସହ ଅପହରଣ ହୋଇଥିବା ପିକଅପ୍‌ ଗାଡି ହେଲ୍‌ର୍‌ ଲକ୍ଷ୍ମୀଧର ପ୍ରଧାନକୁ ମଧ୍ୟ ପୋଲିସ୍‌ ଉଦ୍ଧାର କରିଛି । ତେବେ ଜବତ ହୋଇଥିବା ବିଦେଶୀ ମଦର ମୂଲ୍ୟ ପ୍ରାୟ ୧୨ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଗତପୁର ପୋଲିସ୍‌ ସୂଚନା ଦେଇଛି ।ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଟାଙ୍ଗୀ ଥାନା ନରେନ୍ଦ୍ରପୁର ଅଞ୍ଚଳର ପିକଅପ୍‌ ଭ୍ୟାନ ଡ୍ରାଇଭର ଗୋପନ ଓରଫ ମଙ୍ଗଲ ପିଙ୍ଗୁଆ (୨୩), ଜଗତପୁର ଥାନା ଅଣ୍ଡେଇ ସାହି ଅଞ୍ଚଳର ପଦିଆ ଓରଫ ପ୍ରଦୀପ କୁମାର ସେଠୀ(୨୧) ଓ ଚମ୍ପତି ଅଞ୍ଚଳର ଅରୁଣ ଭୋଇ(୧୮), ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ୱର ଦିକ୍ଷିତପଡା ଅଞ୍ଚଳର ଇଟା ଓରଫ ପ୍ରଫୁଲ୍ଲ କୁମାର ଦାସ(୩୨) ଏବଂ ଜଗତପୁର ଥାନା ନୂଆସାହି ଅଞ୍ଚଳରେ ରହୁଥିବା ନିଶ୍ଚିନ୍ତକୋଇଲି ଥାନା ବଡକ୍ଷିରୀ ଅଞ୍ଚଳର ବୁଟା ଓରଫ ନାରଣ ଦାସ(୨୦) ।

ଗତ ୨୭ ତାରିଖ ବିଳମ୍ବିତ ରାତ୍ରୀରେ ଏକ ମଦ ବୋଝେଇ ପିକଅପ୍‌ ଗାଡି (ଓଡି-୦୫- ଏଏଫ୍‌-୪୬୫୧) ନିର୍ଗୁଣ୍ଡିରୁ ବାହାରି ବିରୂପାନଦୀ ବନ୍ଧ ନୂଆସାହି ରାସ୍ତା ଦେଇ ନିଆଳି ଅଭିମୁଖେ ଯାଉଥିଲାବେଳେ ୬ ଜଣ ଦୁବୃର୍ତ୍ତ ମଦ ବୋଝେଇ ପିକଅପ୍‌ ଭ୍ୟାନକୁ ଅଟକାଇ ଡ୍ରାଇଭରର ହାତ ଓ ଗୋଡକୁ ବାନ୍ଧି ନଦୀ ଶଯ୍ୟାରେ ଛାଡି ଦେବା ପରେ ପିକପ୍‌ ଗାଡି ସମେତ ଗାଡି ହେଲପରଙ୍କୁ ଅପହରଣ କରି ନେଇଥିଲେ । ଏ ସମ୍ପର୍କରେ ଗାଡି ମାଲିକ ମନୋଜ ପ୍ରତାପ ଜଗତପୁର ଥାନାରେ ଅଭିଯୋଗ କରିଥିଲେ । ପିକପ୍‌ ଗାଡିକୁ ବାଲିଚନ୍ଦ୍ରପୂର ଥାନା ମାଣ୍ଡୁକା ଅଞ୍ଚଳରୁ ପୋଲିସ୍‌ ଜବତ କରିଥିବାବେଳେ ନିଶ୍ଚିନ୍ତକୋଇଲି ଥାନା ଦିକ୍ଷୀତପଡା ଅଞ୍ଚଳର ଅଭିଯୁକ୍ତ ପ୍ରଫୁଲ୍ଲ ସମସ୍ତ ଲୁଟ୍‌ ମଦ ଗୁଡିକୁ ଏକ ଶ

Get real time updates directly on you device, subscribe now.