fbpx

ଦିନିକିଆ ବିଶ୍ୱକପରେ ରୋହିତ ଶର୍ମାଙ୍କୁ ପଛରେ ପକାଇଥିଲେ ଟେଷ୍ଟର ଏହି ସୁପରଷ୍ଟାର: ଜାଣନ୍ତୁ କିଏ ?

ନୂଆଦିଲ୍ଲୀ: କ୍ରିକେଟ ଦୁନିଆରେ ଖୁବ ନାଁ କମାଇଛନ୍ତି ହିଟମ୍ୟାନ ରୋହିତ ଶର୍ମା । କ୍ରିକେଟ୍ର ସବୁ ଫର୍ମାଟରେ ଶତକ ଲଗାଇ ସେ ପାଲଟିଯାଇଛନ୍ତି ୟୁଥ ଆଇକନ । ଆଜିର କ୍ରିକେଟରେ ସର୍ବଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟରେ ତାଙ୍କ ନାମ ସାମିଲ ରହିଛି । ତେବେ ଦିନିକିଆରେ ତାଙ୍କ ରେକର୍ଡ ବହୁତ ହି ରୋମାଞ୍ଚକର । ଗୋଟିଏ ଇନିଂସରେ ସର୍ବାଧିକ ବ୍ୟକ୍ତିଗତ ରନ(୨୬୪) ଏବଂ ସର୍ବାଧିକ ଦ୍ୱିଶତକ ହାସଲ କରି ସେ ସମସ୍ତଙ୍କ ପ୍ରିୟ ଖେଳାଳି ହୋଇ ପାରିଛନ୍ତି । ତାଙ୍କର ଏଭଳି କିଛି ଭାଙ୍ଗିବା ଅସମ୍ଭବ ବୋଲି କୁହାଯାଉଛି । କିନ୍ତୁ ଏମିତି ଜଣେ ଖେଳାଳି ଅଛନ୍ତି ଯିଏ ଦିନେ ରୋହିତ ଶର୍ମାଙ୍କୁ ଖୁବ ପଛରେ ପକାଇ ଦେଇଥିଲେ । ତେବେ କିଏ ସେହି ଭାରତୀୟ ଖେଳାଳି ?

Page 5 - Players you didn't know played together for India in U19 World Cup

Watch: Rohit Sharma,T Natarajan Practice Hard in SCG Ahead of Third Test With Team India - Sports Edge
ଦିନିକିଆ ବିଶ୍ୱକପରେ ରୋହିତଙ୍କୁ ପଛରେ ପକାଇଥିବା ଏହି ଖେଳାଳି ଏବେ ମଧ୍ୟ ଟିମ ଇଣ୍ଡିଆ ସହ ଯୋଡି ହୋଇ ରହିଛନ୍ତି । ତେବେ ସେ ଏବେ ଭାରତ ପାଇଁ ଦିନିକିଆ ଖେଳୁନାହାନ୍ତି ସତ, କିନ୍ତୁ ଟେଷ୍ଟ ଟିମର ସେ ହେଉଛନ୍ତି ସୁପରଷ୍ଟାର । ସେ ହେଉଛନ୍ତି ଭାରତୀୟ ଟେଷ୍ଟ କ୍ରିକେଟ୍ର ସଙ୍କଟମୋଚକ ଚେତେଶ୍ୱର ପୂଜାରା । ୨୦୦୬ ମସିହାରେ ସାଙ୍ଗ ହୋଇ ଟ୧୯ ବିଶ୍ୱକପ ଖେଳୁଥିବା ସମୟରେ ସେ ଏଭଳି କାର୍ଣ୍ଣାମା କରିଥିଲେ । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ପୂଜାରା ଓପନିଙ୍ଗ କରୁଥିବା ବେଳେ ରୋହିତ ମଧ୍ୟକ୍ରମରେ ବ୍ୟାଟିଂ କରୁଥିଲେ । ପୂଜାରା ମୋଟ ୬ଟି ପାଳିରେ ଗୋଟିଏ ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ସହିତ ୮୨ ଷ୍ଟ୍ରାଇକ ରେଟରେ ୩୪୯ ରନ କରିଥିଲେ । ଅନ୍ୟ ପକ୍ଷରେ ରୋହିତ ୩ ଅର୍ଦ୍ଧଶତକ ସହ ମାତ୍ର ୨୦୫ ରନ ହିଁ କରିପାରିଥିଲେ । ଏଥିସହ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ରନ ସ୍କୋରର ମଧ୍ୟ ରହିଥିଲେ ପୂଜାରା । କିନ୍ତୁ ଭାରତ ତରଫରୁ ଖେଳି ସେ ଏହି ସପଳତା ଅର୍ଜନ କରି ପାରି ନଥିଲେ ।

Someone told me you were 35 off 50': Rohit Sharma trolls Cheteshwar Pujara after Day 3 in Oval | Cricket - Hindustan Times

Get real time updates directly on you device, subscribe now.