fbpx

କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସି ଖବର: ବାରବାଟୀକୁ ଫେରିବ ରଣଜୀ ଟ୍ରଫି,ଫେବୃୟାରୀ ୧୦ରୁ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସିଖବର । ରାଜ୍ୟକୁ ଫେରୁଛି ରଣଜୀ ଟ୍ରଫି । ଗୁରୁବାର ବିସିସିଆଇ ପକ୍ଷରୁ ଏହାର ରଣଜୀ ଟ୍ରଫି କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଚଳିତ ବର୍ଷ ରଣଜୀ ଟ୍ରଫି ଦୁଇଟି ପର୍ଯ୍ୟାୟରେ ଆୟୋଜିତ ହେବାକୁ ଯାଉଛି । ୧୦ ଫେବୃୟାରୀରୁ ମାର୍ଚ୍ଚ୧୫ ମଧ୍ୟରେ ପ୍ରଥମ ପର୍ଯ୍ୟାୟର ଟୁର୍ଣ୍ଣାମେଣ୍ଟ ଖେଳିବ । ଏହା ସହିତ ଆଇପିଏଲ ସମାପ୍ତ ହେବା ପରେ ମେ ୩୦ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ରଣଜୀ ଟ୍ରଫି ଖେଳାଯିବ । ସମୁଦାୟ ୯ଟି ଭେନ୍ୟୁରେ ୬୪ଟି ମୁକାବିଲା ଖେଳାଯିବ ।

ପ୍ରଥମ ପର୍ଯ୍ୟାୟରେ ୫୭ଟି ମୁକାବିଲା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୭ଟି ନକଆଉଟ ମୁକାବିଲା ଖେଳାଯିବ । ଏଲିଟ୍ ଗ୍ରୁପର ମୁକାବିଲା ଗୁଡିକ ରାଜକୋଟ, କଟକ, ଚେନ୍ନାଇ, ଅହମ୍ମଦାବାଦ, ତ୍ରିଭେନ୍ଦ୍ରମ, ଦିଲ୍ଳୀ, ହରିୟାଣା ଓ ଗୌହାଟୀରେ ଏଲିଟ୍ ଗ୍ରୁପ ମୁକାବିଲା ଖେଳାଯିବ । ଏହା ସହିତ କୋଲକାତାରେ ସମସ୍ତ ପ୍ଲେଟ୍ ଗ୍ରୁପ ମୁକାବିଲା ଖେଳାଯିବ ।

Get real time updates directly on you device, subscribe now.