fbpx

୨୦ ବର୍ଷରେ ଜଳ ସମାଧି ନେବ ଯୁକ୍ତରାଷ୍ଟ୍ର ଆମେରିକା: ଭୟାନକ ରିସର୍ଚ୍ଚ ରିପୋର୍ଟ ଦେଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଏବଂ ଧନଶାଳୀ ରାଷ୍ଟ୍ର ଆମେରିକା ନେବ ଜଳ ସମାଧି । ବର୍ତ୍ତମାନ ଗ୍ଲୋବାଲ ୱାର୍ମିଂ ପ୍ରଭାବରେ ଯେଉଁଭଳି ଭାବରେ ସ୍ଥିତି ପରିବର୍ତ୍ତନ ହେଉଛି ଆସନ୍ତା ୨୦ ବର୍ଷ ମଧ୍ୟରେ ଆମେରିକା ବିଶ୍ୱ ମାନଚିତ୍ରରେ ରହିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ବୈଜ୍ଞାନିକ । ଗ୍ଲୋବାଲ ୱାର୍ମିଂ କାରଣରୁ ଆଇସଲ୍ୟାଣ୍ଡରେ ବରଫ ତରଳୁଥିବା କାରଣରୁ ସମୁଦ୍ର ପତନର ଉଚ୍ଚତା ବଢିଯିବ । ଫଳରେ ଯୁକ୍ତରାଷ୍ଟ୍ର ଆମେରିକା ସମୁଦ୍ରରେ ମିଶିଯିବ ।

୨୦୦୨ରେ ଗ୍ରୀନଲ୍ୟାଣ୍ଡରେ ରହିଥିବା ବରଫ ଏବଂ ବର୍ତ୍ତମାନ ଜମାଥିବା ବରଫ ପରିମାଣରେ ଢେର ଅନ୍ତର ରହିଛି । ୧୯ ବର୍ଷ ମଧ୍ୟରେ ପ୍ରାୟ ୪୭୦୦ ବିଲିୟନ୍ ଟନ୍ ବରଫ ତରଳି ଯାଇଛି । ସମୁଦ୍ରରେ ଜଳସ୍ତର ଭୟଙ୍କର ଭାବରେ ବୃଦ୍ଧି ପାଇଛି । ଏହା ସହିତ ଦାନିଶ ରିସର୍ଚ୍ଚ ପକ୍ଷରୁ ପ୍ରକାଶିତ ତଥ୍ୟ ଆପଣଙ୍କୁ ଡରାଇଦେବ । ଆସନ୍ତା ୨୦ ବର୍ଷ ମଧ୍ୟରେ ଆମେରିକା ସମ୍ପୂର୍ଣ୍ଣ ଭାବରେ ସମୁଦ୍ର ମଧ୍ୟରେ ଲୀନ ହୋଇଯିବ ।

Get real time updates directly on you device, subscribe now.